ପ୍ରାଇଭେଟ ଚାକିରିଆଙ୍କ ପାଇଁ ଖୁସିଖବର । ୨୦୧୯ ପୂର୍ବରୁ ମୋଦି ସରକାର ଦେଇପାରନ୍ତି ବଡ ଉପହାର, ଗ୍ରାଚ୍ୟୁଟି ବାବଦରେ ନେଇପାରନ୍ତି ବଡ ନିଷ୍ପତି

900

ବେସରକାରୀ ଚାକିରିଆଙ୍କ ପାଇଁ ଖୁସିଖବର । ୨୦୧୯ ନିର୍ବାଚନ ପୂର୍ବରୁ ବେସରକାରୀ ଚାକିରିଆଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର । ପ୍ରାଇଭେଟ କମ୍ପାନୀରେ କାମ କରୁଥିବା ଚାକିରିଆଙ୍କୁ ଖୁସି କରିବା ପାଇଁ ଏବେ ଗ୍ରାଚ୍ୟୁଟି ପାଇବା ନିୟମ ଉପରେ ବଡ ଘୋଷଣା କରିପାରନ୍ତି ମୋଦି ସରକାର । ଏବେ ପ୍ରାଇଭେଟ ସେକ୍ଟରରେ କାମ କରୁଥିବା କର୍ମଚାରୀ ମାନଙ୍କୁ ଗ୍ରାଚ୍ୟୁଟି ପାଇବାକୁ ହେଲେ ସର୍ବନିମ୍ନ ୫ ବର୍ଷ ନିଦ୍ଦିଷ୍ଟ କମ୍ପାନୀରେ କାମ କରିବାକୁ ପଡୁଥିଲା । କିନ୍ତୁ ଏବେ ଗ୍ରାଚ୍ୟୁଟି ପାଇବାର ସର୍ବନିମ୍ନ ଅବଧି ୩ ବର୍ଷ କରିବାକୁ ଯୋଜନା କରୁଛନ୍ତି ମୋଦି ସରକାର । ଅଥାର୍ତ ଯଦି କୌଣସି କର୍ମଚାରୀ ଚାକିରି ସର୍ତ୍ତାବଳୀ ଅନୁଯାୟୀ ୩ ବର୍ଷ ଗୋଟିଏ କମ୍ପାନିରେ କାମ କରୁଥାନ୍ତି ତେବେ ଗ୍ରାଚ୍ୟୁଟିର ଫାଇଦା ନେଇପାରିବେ ।

ସୁତ୍ର ଅନୁଯାୟୀ, ବେସରକାରୀ କର୍ମଚାରୀଙ୍କୁ ଗ୍ରାଚ୍ୟୁଟି ଉପହାର ଦେବାକୁ ସରକାର ଏକରକମ ମନ ବଳାଇ ସାରିଲେଣି । ଏଥିପାଇଁ ଶ୍ରମ ମନ୍ତ୍ରଣାଳୟ ବିଭିନ୍ନ ଇଣ୍ଡଷ୍ଟ୍ରିରୁ ମତାମତ ଲୋଡିଛି । ଏପରିିକି ଆଗାମୀ ମାସ ୪ ତାରିଖରେ ସିବିଟି ବୈଠକରେ ଏହି ବାବଦରେ ଚର୍ଚ୍ଚା କରାଯିବାର ସମ୍ଭାବନା ରହିଛି ।

ଗ୍ରାଚ୍ୟୁଟି କଣ ?
ପ୍ରାଇଭେଟ ସେକ୍ଟରରେ ସର୍ବନିମ୍ନ କିଛି ବର୍ଷ ସମୟ ସୀମା ପାଇଁ କାମ କରିଥିବା କର୍ମଚାରୀଙ୍କୁ ଗ୍ରାଚ୍ୟୁଟି ମିଳିଥାଏ । ଏହି ଗ୍ରାଚ୍ୟୁଟି କର୍ମଚାରୀଙ୍କୁ ଏକ ନିର୍ଦ୍ଧାରିତ ଫର୍ମୁଲା ଅନୁଯାୟୀ ଦିଆଯାଇଥାଏ । ତେବେ ଏଥିପାଇଁ କର୍ମଚାରୀଙ୍କୁ କିଛି ସର୍ତ୍ତ ପୂରଣ କରିବାକୁ ପଡିଥାଏ । ଅଥାର୍ତ ଯଦି ଚାକିରି ସର୍ତ୍ତାବଳୀ ନିୟମ ଅନୁଯାୟୀ, ଯଦି କୌଣସି କର୍ମଚାରୀ ପ୍ରାଇଭେଟ ସଂସ୍ଥାନରେ ଲଗାତାର ୫ ବର୍ଷ ପର୍ଯ୍ୟନ୍ତ କାମ କରିଥାନ୍ତି ତେବେ ସେ ଗ୍ରାଚ୍ୟୁଟି ପାଇଁ ହକଦାର ହୋଇଥାନ୍ତି । କିନ୍ତୁ ଏବେ ଏହି ସମୟସୀମା ୩ ବର୍ଷକୁ ହ୍ରାସ କରିବାକୁ ବିଚାର କରୁଛନ୍ତି ।

କୌଣସି କର୍ମଚାରୀ ଚାକିରି ଛାଡିବାର ଦିନେରୁ ୧୦ ଦିନ ମଧ୍ୟରେ କମ୍ପାନିକୁ ଗ୍ରାଚ୍ୟୁଟି ବାବଦ ଅର୍ଥ ଦେବାକୁ ପଡିଥାଏ । ଯଦି ଗ୍ରାଚ୍ୟୁଟି ଦେବାରେ ୩୦ ଦିନରୁ ଅଧିକ ବିଳମ୍ବ ହୁଏ ତେବେ କର୍ମଚାରୀଙ୍କୁ ସୁଧ ସମେତ ସମସ୍ତ ଅର୍ଥ କମ୍ପାନିକୁ ଫେରାଇବାକୁ ପଡିଥାଏ ।