ବେସରକାରୀ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ମୋଦି ସରକାର ଆଣିଲେ ବଡ ଯୋଜନା ! ନିର୍ବାଚନ ପୂର୍ବରୁ କର୍ମଚାରୀଙ୍କୁ ଦେବେ ଖୁସି ଖବର ।

1,751

ଯଦି ଆପଣ ମଧ୍ୟ ବେସରକାରୀ ଅଫିସରେ କାମ କରୁଛନ୍ତି ତେବେ ଆପଣଙ୍କ ପାଇଁ ମୋଦି ସରକାର ଆଣିଛନ୍ତି ଖୁସି ଖବର । କେନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ କୋଟି କୋଟି ବେସରକାରୀ କର୍ମଚାରୀଙ୍କୁ ସୁବିଧା ଯୋଗାଇଦେବା ପାଇଁ ଯୋଜନା କରିଛନ୍ତି । ସୂତ୍ର ଅନୁସାରେ , ଚଳିତ ବର୍ଷର ଅନ୍ତିମ ସମୟ ପର୍ଯ୍ୟନ୍ତ ଗ୍ରେଚ୍ୟୁଟି ମିଳିବା ସମୟସୀମାକୁ କମାଇବାକୁ ସରକାର ଚେଷ୍ଟା କରୁଛନ୍ତି । ଏବେ ଯେ କୌଣସି ବେସରକାରୀ ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ୫ ବର୍ଷ ଚାକିରୀ କରିବା ପରେ ଗ୍ରେଚ୍ୟୁଟି ମିଳିବାର ପ୍ରାବଧାନ ରହିଛି । ଏବେ ଏହି ସମୟସୀମାକୁ କମାଇ ୩ ବର୍ଷ କରାଇବାକୁ ଚେଷ୍ଟା କରାଯାଉଛି । ତେବେ ଲେବର ମିନିଷ୍ଟ୍ରୀ ତରଫରୁ ଏହି ସମୟସୀମାକୁ ଆହୁରି କମ୍ କରିବାକୁ ଚେଷ୍ଟା କରାଯାଉଛି ।

ସ୍ଥାୟୀ କର୍ମଚାରୀଙ୍କ ଭଳି ଲାଭ ଦେବାକୁ ଉଦ୍ୟମ : ଯେଉଁ କର୍ମଚାରୀଙ୍କ କାର୍ଯ୍ୟକାଳ ୫ ବର୍ଷ ସେମାନଙ୍କୁ ମଧ୍ୟ ଗ୍ରେଚ୍ୟୁଟିର ଲାଭ ମିଳିବ । ସାମାନ୍ୟତଃ ଏଭଳି ଅନୁବନ୍ଧ ୧ କିମ୍ବା ୩ ବର୍ଷ ମଧ୍ୟରେ ହୋଇଥାଏ । କିନ୍ତୁ ଏହି ନିୟମରେ ମଧ୍ୟ ପରିବର୍ତ୍ତନ ଆଣିବାର ବ୍ୟବସ୍ଥା କରାଯାଉଛି ।

କ’ଣ ଏହି ଗ୍ରେଚ୍ୟୁଟି ?

ଗ୍ରେଚ୍ୟୁଟି କର୍ମଚାରୀଙ୍କ ଦରମାର ସେହି ଭାଗ ଅଟେ ଯାହା କମ୍ପାନୀ କିମ୍ବା ନିଯୁକ୍ତକାରୀ କର୍ମଚାରୀଙ୍କୁ ବର୍ଷତମାମ ସେବାର ଫଳସ୍ୱରୁପ ଦେଇଥାଏ । ଅବସର ପରର ଲାଭାଶଂ ହେଉଛି ଗ୍ରେଚ୍ୟୁଟି । ଯାହା ଚାକିରୀ ଛାଡିବା ପରେ କିମ୍ବା ଚାକିରୀ ଅବସର ଶେଷ ହେବା ପରେ ନିଯୁକ୍ତକର୍ତ୍ତା ଦ୍ୱାରା କର୍ମଚାରୀଙ୍କୁ ଦିଆଯାଇଥାଏ ।

ନିୟମ ବଦଳିବା ପରେ କାହାକୁ ଏହାର ଫାଇଦା ମିଳିବ?

ବର୍ଷେ ଦୁଇବର୍ଷ ଚାକିରୀ ବଦଳିବା ପରେ ଗ୍ରେଚ୍ୟୁଟିର ଲାଭ ମିଳିପାରିବ ନାହିଁ । ସରକାର ଏହି ସମୟସୀମାକୁ ୫ ବର୍ଷରୁ କମ୍ କରି ୩ ବର୍ଷ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଲେବର ୟୁନିୟନ୍ ଏହାକୁ ଘଟାଇ ଏଳବର୍ଷ କରିବାକୁ ଚାହୁଁଛନ୍ତି । ଯଦି ଏଭଳି ହେଲା ତେବେ ବେସରକାରୀ ସଂସ୍ଥାରେ କାମ କରୁଥିବା ୧ କୋଟି ୧୪ ଲକ୍ଷ ଲୋକଙ୍କୁ ଏଥିରେ ଲାଭ ମିଳିବ ।