କରୋନା ମୁକାବିଲା : ପୂରା ଦେଶକୁ ୨୧ ଦିନ ଲକଡାଉନ କରିବାକୁ ମୋଦିଙ୍କ ଘୋଷଣା, ଏହା ଜନତା କର୍ଫ୍ୟୁ ଠାରୁ ଆହୁରି କଡାକଡି ହେବ ।

3,445

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବଡ ଘୋଷଣା କରିଛନ୍ତି । ଆଜି ମଧ୍ୟରାତ୍ରୀରୁ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ପୂରା ଦେଶକୁ ଲକଡାଉନ କରିବାକୁ ଘୋଷଣା କରିଛନ୍ତି ମୋଦି । ଏହି ୨୧ ଦିନ ଲକଡାଉନ କରାଗଲେ କରୋନା ବ୍ୟାପିବାକୁ ରୋକାଯାଇପାରିବ । ତେବେ କଣ ଥିଲା ମୋଦିଙ୍କ ପୂରା ଉଦବୋଧନ ନଜର ପକାନ୍ତୁ :
. ଗୋଟିଏ ଦିନ ଜନତା କର୍ଫ୍ୟୁ ପାଳନ କରି ଭାରତ ଦେଖାଇଦେଲା ଯେ, କିଭଳି ଆମେ ଏକଜୁଟ୍ ହୋଇ ସମସ୍ତ ବିପଦର ମୁକାବିଲା କରୁ ।
. ଏହି ମହାମାରୀ ପୂରା ବିଶ୍ୱକୁ ଅସ୍ତବ୍ୟସ୍ତ କରିସାରିଲାଣି
. କରୋନା ଭାଇରସ ଏତେ ଦ୍ରୁତ ଗତିରେ ବ୍ୟାପୁଛି ଯେ, ସମସ୍ତ ପ୍ରକାର ଚେଷ୍ଟା ସତ୍ତେ୍ୱ ମଧ୍ୟ ଅଧିକାଂଶ ଦେଶ ଏହାର ମୁକାବିଲା କରିବାରେ ଅସର୍ମଥ ହେଉଛନ୍ତି ।
. କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ସବୁଠୁ ବଡ ଅସ୍ତ୍ର
. ନିଜ ଘରେ ହିଁ ବନ୍ଦ ରୁହନ୍ତୁ
. କରୋନାକୁ ବ୍ୟାପିବାକୁ ରୋକିବାକୁ ହେବ ଏଥିପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଡିବ
. ସାମାଜିକ ଦୂରତ୍ୱ ସମସ୍ତଙ୍କ ପାଇଁ, ଏପରିକି ପ୍ରଧାନମନ୍ତ୍ରୀଙ୍କ ପାଇଁ ମଧ୍ୟ ଲାଗୁ
. କିଛି ଲୋକଙ୍କର ବେପରୁଆ ମନୋଭାବ ଦେଶକୁ ସଙ୍କଟ ଆଡକୁ ଠେଲି ଦେଉଛି
. ଏଭଳି ଜାରି ରହିଲେ ଭାରତକୁ ବହୁମୂଲ୍ୟ ଦେବାକୁ ପଡିବ
. ଗତ ୨ ଦିନ ହେବ ଦେଶର ଅନେକ ରାଜ୍ୟରେ ଲକଡାଉନ କରାଯାଇଛି
. ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ ଗମ୍ଭୀରତାର ସହ ନିଅନ୍ତୁ
. ଆଜି ରାତି ୧୨ଟାରୁ ପୂରା ଦେଶ ଲକଡାଉନ ହେବାକୁ ଯାଉଛି
. ଭାରତକୁ ବଞ୍ଚାଇବାକୁ ଆଜି ରାତି ୧୨ଟାରୁ ଘରୁ ବାହାରୁ ବାହାରିବା ଉପରେ ଲାଗିଲା ରୋକ
. ଲକଡାଉନ ଏକପ୍ରକାର କର୍ଫ୍ୟୁ ବୋଲି ଭାବିନିଅନ୍ତୁ
. ଜନତା କର୍ଫ୍ୟୁ ଠାରୁ ଏହା ଆହୁରି କଡାକଡି କରାଯିବ
. ନିର୍ଣ୍ଣାୟକ ଲଢେଇ ପାଇଁ ଏହା ଆବଶ୍ୟକ
. ଏହାର ଆର୍ଥିକ ମୂଲ୍ୟ ଉଠାଇବାକୁ ପଡିବ
. ପ୍ରତ୍ୟେକ ଭାରତୀୟଙ୍କୁ ବଞ୍ଚାଇବାକୁ ମୋର ତଥା ଭାରତ ସରକାର, ରାଜ୍ୟ ସରକାର, ଏପରିକି ପ୍ରତ୍ୟେକ ଭାରତୀୟଙ୍କର ପ୍ରାଥମିକତା
. ଦେଶର ଯେଉଁଠି ବି ଅଛନ୍ତି ସେହିଠାରେ ହିଁ ରୁହନ୍ତୁ
. ଏହି ଲକ ଡାଉନ ୨୧ ଦିନ ରହିବ ଅଥାର୍ତ ୩ ସପ୍ତାହ ରହିବ
. ଆସନ୍ତା ୨୧ ଦିନ ସମସ୍ତ ପରିବାର ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ
. ୨୧ ଦିନର ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
. ୨୧ ଦିନ ନ ସମ୍ଭାଳି ପାରିଲେ ୨୧ ବର୍ଷ ପଛକୁ ପଳାଇବ ଦେଶ
. ଅନେକ ପରିବାର ଶେଷ ହୋଇଯିବ
. ୨୧ ଦିନ ପାଇଁ ବାହାରକୁ ବାହାରିବା ଭୁଲି ଯାଆନ୍ତୁ
. ଦେଶବ୍ୟାପୀ ଲକଡାଉନ ଆପଣଙ୍କ ଘର ଚାରିପାଖରେ ଲକ୍ଷ୍ମଣରେଖା ଟାଣି ଦେଇଛି
. ଆପଣ ଘରୁ ପାଦ ବଢାଇଲେ କରୋନା ଘର ଭିତରକୁ ପଶିବ
. ସୋସିଆଲ ମିଡିଆରେ ନୂଆ ନୂଆ ତରିକାରେ କରୋନା ସଚେତନତା ସୃଷ୍ଟି କରାଯାଉଛି ।
. ଆଜି ଯଦି କୌଣସି ବ୍ୟକ୍ତି ଶରୀରରେ କରୋନା ଭାଇରସ ରହିଥାଏ ତେବେ ଏହାର ଲକ୍ଷଣ ଜାଣିବା ପାଇଁ ଅନେକ ଦିନ ସମୟ ଲାଗିଯାଉଛି । ତେଣୁ ଘରୁ ବାହାରକୁ ବାହାରନ୍ତୁ ନାହିଁ ।
. ଜଣେ ବ୍ୟକ୍ତି ୭ରୁ ୧୦ ଦିନ ମଧ୍ୟରେ ଶହେରୁ ହଜାରେ ଲୋକଙ୍କୁ ସଂକ୍ରମିତ କରିଥାଏ
. କରୋନା ଭାଇରସରେ ସଂକ୍ରମିତ ସଂଖ୍ୟା ଏକ ଲକ୍ଷରେ ପହଞ୍ଚିବାକୁ ୬୭ ଦିନ ଲାଗିଥିଲା, କିନ୍ତୁ ମାତ୍ର ୧୧ ଦିନ ମଧ୍ୟରେ ଆଉ ୧ ଲକ୍ଷ ନୂଆ ଲୋକ ସଂକ୍ରମିତ ହେଲେ । ସେହିଭଳି ୨ରୁ ୩ ଲକ୍ଷ ସଂକ୍ରମିତ ହେବାକୁ ମାତ୍ର ୪ ଦିନ ସମୟ ଲାଗିଛି ।
. ଏହା ଥରେ ବ୍ୟାପିଲେ ଏହାକୁ ରୋକିବା ଅସମ୍ଭବ ହୋଇପଡୁଛି
. ଇଟାଲି ଓ ଆମେରିକାରେ ସ୍ୱାସ୍ଥ୍ୟସେବା, ହସ୍ପିଟାଲ ପୂରା ବିଶ୍ୱରେ ପ୍ରସିଦ୍ଧ । କିନ୍ତୁ ଏହାସତ୍ତେ୍ୱ ମଧ୍ୟ କରୋନା ବ୍ୟାପିବାରୁ ଏମାନେ ରୋକିପାରୁ ନାହାନ୍ତି ।
କରୋନା ନିୟନ୍ତ୍ରଣ :
. ଯାହା ହେଇଯାଉ ପଛେ ଘରେ ରହିବା, ତାହେଲେ କରୋନା ଠାରୁ ରକ୍ଷା ମିଳିବ
. ଲକ୍ଷ୍ମଣରେଖା ନ ଲଙ୍ଘିଲେ କରୋନା ଉପରେ ବିଜୟପ୍ରାପ୍ତ କରିହେବ
. ଜରୁରୀକାଳୀନ ସେବା ଯୋଗାଉଥିବା ଲୋକଙ୍କୁ ଧନ୍ୟବାଦ ଜଣାନ୍ତୁ । ସଂକ୍ରମଣକୁ ଖାତିର ନକରି ଯେଉଁମାନେ ଆପଣଙ୍କୁ ସେବା ଯୋଗାଇ ଦେଉଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାନ୍ତୁ ।
. ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯେଉଁଭଳି ପହଞ୍ଚା ଯାଇପାରିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି
. ଗରିବଙ୍କ ଲୋକଙ୍କୁ ସହାୟତା କରନ୍ତୁ
. କେନ୍ଦ୍ର ସରକାର ଆଜି ୧୫ ହଜାର କୋଟି ଟଙ୍କାର ପ୍ୟାକେଜକୁ ମଞ୍ଜୁରୀ ଦେଇଛି
. ସ୍ୱାସ୍ଥ୍ୟ ସେବା ହିଁ ସବୁ ରାଜ୍ୟର ପ୍ରାଥମିକତା ହେବା ଉଚିତ୍
. କୌଣସି ଅପପ୍ରଚାର ବା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ
. ଏହି ରୋଗର ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ
. କରୋନା ଶୃଙ୍ଖଳକୁ ଭାଙ୍ଗିବାକୁ ଆମକୁ ଏମିତି କରିବାକୁ ପଡିବ
. ଆଜିର ଘୋଷଣା ଆପଣଙ୍କ ପାଇଁ ଲକ୍ଷ୍ମଣରେଖା