ଭାରତର ସବୁଠାରୁ ଶସ୍ତା ମୋବାଇଲ ବଜାର ! ଯେଉଁଠି ୫୦୦ ଟଙ୍କାରେ ମିଳିଥାଏ ସ୍ମାର୍ଟଫୋନ ଏବଂ ୧୦ ଟଙ୍କାରେ ବ୍ୟାକ୍ କଭର ।

82

ଗୋଟେ ଭଲ ସ୍ମାର୍ଟଫୋନ କିଣିବା ପାଇଁ ଆପଣଙ୍କୁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ରାଜଧାନୀ ଦିଲ୍ଲୀରେ ଏମିତି ଏକ ବଜାର ରହିଛି, ଯେଉଁଠି ଅତି ଶସ୍ତାରେ ମିଳୁଛି ସ୍ମାର୍ଟଫୋନ । କେବଳ ମୋବାଇଲ ଫୋନ ନୁହେଁ, ମୋବାଇଲ୍ ଆସେସୋରିଜ୍ ମଧ୍ୟ ଏଠାରେ ଅତି କମ୍ ଟଙ୍କାରେ ମିଳିଯାଇଥାଏ । ଆମେ ଆପଣଙ୍କୁ କହୁଛୁ ଦିଲ୍ଲୀରେ ଥିବା ଗଫର ମାର୍କେଟ କଥା । ଏହି ବଜାର ସାରା ଦେଶରେ ବେଶ ଲୋକପ୍ରିୟ ଅଟେ ।

ଏହି ମାର୍କେଟରେ ମୋବଇଲ ଫୋନ ଠାରୁ ଆରମ୍ଭ କରି ମୋବାଇଲ ଆସେସୋରିଜ ପର୍ଯ୍ୟନ୍ତ, ସବୁ କିଛି ଅତି ଶସ୍ତାରେ ଉପଲବ୍ଧ ହୋଇଥାଏ । କରୋଲବାଗରେ ଥିବା ଗଫର ମାର୍କେଟରେ ସବୁବେଳେ ଭିଡ ଲାଗି ରହିଥାଏ । ଏଠାରେ ସେକେଣ୍ଡ ହ୍ୟାଣ୍ଡ ମୋବାଇଳ ଫୋନ୍ ୫୦୦ ଟଙ୍କାରେ ମିଳିଯାଇଥାଏ । କିନ୍ତୁ ସବୁଠାରୁ ବଡ କଥା ହେଉଛି ଏଠାରୁ ମୋବାଇଲ କିଣିବା ପୂର୍ବରୁ ଆପଣଙ୍କୁ ମୂଲଚାଲ କରିବା ଭଲ ଭାବେ ଆସୁଥିବା ଦରକାର । କାହିଁକି ନା ଏଠାରେ ପ୍ରତିଟି ଜିନିଷର ମୂଲ୍ୟକୁ ବଢାଇ ଚଢାଇ କୁହାଯାଇଥାଏ ।

କେବଳ ମୋବାଇଲ ଫୋନ ନୁହେଁ ମୋବାଇଲ କଭର ମଧ୍ୟ ଏଠାରେ ଅତି ଶସ୍ତାରେ ମିଳିଥାଏ । ମୋବାଇଲ ପାଇଁ କଭର କିଣିବାକୁ ଏହି ସ୍ଥାନ ଆପଣଙ୍କ ପାଇଁ ଲାଭଦାୟକ ଅଟେ । ଏଠାରେ ମୋବଇଲ କଭର ସମେତ ଟେମ୍ପର ଗ୍ଲାସ ଆପଣ ମାତ୍ର ୧୦ ଟଙ୍କା କିମ୍ବା ୨୦ ଟଙ୍କା ଦେଇ କିଣିପାରିବେ । ଏତିକି ନୁହେଁ ଏହା ସହ କମ ମୂଲ୍ୟରେ ଆପଣ ଆପଣଙ୍କ ମୋବାଇଲକୁ ଏଠାରେ ସଜାଡି ମଧ୍ୟ ପାରିବେ ।