କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲାକୁ ‘ଫାଇଭ୍-ଟି’ ସଚିବଙ୍କ ଗସ୍ତ ପରେ ନିଆଗଲା ବଡ କାର୍ଯ୍ୟାନୁଷ୍ଠାନ । ସୁନ୍ଦରଗଡ ଭାରପ୍ରାପ୍ତ ସିଡିଏମଓ ପଙ୍କଜ ପଟେଲଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ ପଙ୍କଜ । ଅନ୍ୟପଟେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଛନ୍ତି ରାଜ୍ୟ ସରକାର । ‘ମୋ ସରକାର’ ଯୋଜନାକୁ ଲାଗୁ କରିବାରେ ବିଫଳତା ପାଇଁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।
ସବୁଠାରୁ ବଡ଼ କଥା ହେଲା କି, ଆଜି ‘ଫାଇଭ୍-ଟି’ ଟି ସଚିବଙ୍କ ସୁନ୍ଦରଗଡ ଗସ୍ତ ଅବସରରେ ସେ ଡାକ୍ତରଖାନାରେ ପହଁଚି ସ୍ୱାସ୍ଥ୍ୟସେବାର ସ୍ଥିତି ଯାଂଚ କରିଥିଲେ । ଡାକ୍ତରଖାନାର ପରିସର ବୁଲି ଦେଖିବା ସହିତ ମାତୃ ଓ ଶିଶୁ ବିଭାଗ ବୁଲି ଦେଖିଥିଲେ । ଏହି ଅବସରରେ ସୁନ୍ଦରଗଡ ଡାକ୍ତରଖାନାରେ ରୋଗୀଙ୍କୁ କିପରି ମିଳୁଛି ସ୍ୱାସ୍ଥ୍ୟସେବା ଓ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ସେନେଇ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା କରିଥିଲେ । ଏହି ଅନୁଧ୍ୟାନ କରିବା ପରେ ସରକାର ନେଇଛନ୍ତି କାର୍ଯ୍ୟାନୁଷ୍ଠାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/CDMO.jpg)