ବାଲିଯାତ୍ରା ଇତିହାସରେ ପ୍ରଥମ: ପ୍ରଦୂଷଣ ରୋକିବାକୁ ଅଭିନବ ପ୍ରୟାସ, ବାଲିଯାତ୍ରାରେ ବୁଲିବ ‘ମୋ ରିକ୍ସା’ ।

506

କନକ ବ୍ୟୁରୋ: ଏଥର ବାଲିଯାତ୍ରାରେ ବୁଲିବ ‘ମୋ ରିକ୍ସା’ । ଉଦ୍ଦେଶ୍ୟ ପ୍ରଦୂଷଣ କମ ଓ ରିକ୍ସା ଚାଳକଙ୍କ ରୋଜଗାରକୁ ପ୍ରୋତ୍ସାହନ ଦେବା । ୫ଶହରୁ ଅଧିକ ରିକ୍ସା ଚାଳକଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପରିଚୟପତ୍ର ପ୍ରଦାନ କରିବା ଆସନ୍ତା ବାଲିଯାତ୍ରାରେ ଆଗନ୍ତୁକଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି । ତେଣୁ ଆସନ୍ତାକାଲି ଠାରୁ ପ୍ରସିଦ୍ଧ ବାଲିଯାତ୍ରାରେ ବୁଲିବ ରିକ୍ସା ।

ସହରର ଗଳି କନ୍ଦିରେ ରିକ୍ସାର ସବୁବେଳେ ଆଦର ରହି ଆସିଛି । ତେଣୁ ଏଥର ବାଲିଯାତ୍ରାରେ ମୋ ରିକ୍ସା ଯୋଜନାରେ ଶତାଧିକ ରିକ୍ସା ଏକାଠି ହୋଇଛନ୍ତି । ମାଗଣାରେ ଏମାନଙ୍କୁ ରିକ୍ସା ବ୍ଲଡ଼ ଗ୍ରୁପ,ପରିଚୟ ପତ୍ର ଓ ଟିସର୍ଟ ଯୋଗାଇ ଦିଆଯାଇ ସହର ପରିକ୍ରମା କରାଯାଇଛି । ଏଭଳି ଯୋଜନାରେ ସାମିଲ ହୋଇଥିବା ରିକ୍ସା ଚାଳକ ମଧ୍ୟ କହିଛନ୍ତି ବିନା ଆଗରୁ ମଧ୍ୟ ଆମେ ରୋଜଗାର କରୁଥିଲୁ । ବସ ଷ୍ଟାଣ୍ଡ ଷ୍ଟେସନ ଭଳି ସ୍ଥାନରେ କେହି କେହି ଲୋକେ ଆମ ସହ ଯିବାକୁ ସନ୍ଦେହ ମଧ୍ୟ କରୁଥିଲେ ହେଲେ ଏବେ କିନ୍ତୁ ଏହି ପରିଚୟପତ୍ର ଓ ଟିସର୍ଟ ପାଇବା ପରେ ଲୋମେ ଆମକୁ ଆଉ ସନ୍ଦେହ ନ କରି ଆମ ସହ ଯିବାକୁ ଚାହିଁବେ ।

ଗାଡି ମଟର ଧୂଆଁ ଯୋଗୁଁ ପ୍ରଦୂଷଣ ବଢୁଛି । ତେଣୁ ପ୍ରଦୂଷଣ କମ ଓ ରିକ୍ସା ଚାଳକଙ୍କ ରୋଜଗାରକୁ ପ୍ରୋତ୍ସାହନ ଦେବା ପାଇଁ ଏହି ଯୋଜନାରେ ଆମେ ଏହି ରିକ୍ସା ଚାଳକମାନଙ୍କୁ ସାମିଲ କରିଛୁ । ସେହିଭଳି ଏହି ଅଶିକ୍ଷିତ ରିକ୍ସାଚାଳକମାନଙ୍କୁ ମାଗଣାରେ ରକ୍ତ ପରୀକ୍ଷା କରାଇ ସେମାନଙ୍କୁ ପରିଚୟ ପତ୍ର ଯୋଗାଇ ଦିଆଯାଉଛି । ଯାହାକି ଅସମୟରେ ଯଦି ଏମାନଙ୍କ ମଧ୍ୟରୁ କିଏ ଦୁର୍ଘଟଣାରେ ଶିକାର ହୋଇ ରକ୍ତ ଆବଶ୍ୟକ କରୁଛି ତେବେ ତାକୁ ସେହି ବ୍ଲଡ଼ ଗ୍ରୁପର ବ୍ଲଡ଼ ଯୋଗା ଯାଇପାରିବ ବୋଲି କହିଛନ୍ତି ରେଡ଼କ୍ରସର ଜଣେ ଅଧିକାରୀ ।

ଅନ୍ୟପଟେ ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚି ଥିବା ବେଳେ ଏଥର’ ମୋ ରିକ୍ସା’ ମାନିଆ ମୁଣ୍ଡରେ ଚଢ଼ିଥିବାବେଳେ ଦଲେର୍ ମେହେନ୍ଦି ଓ କେକେଙ୍କ ଭଳି ବଲିଉଡ ସିଙ୍ଗର୍ ଆଗମନ ବାଲିଯାତ୍ରାର ଆକର୍ଷଣକୁ ଦୁଇ ଗୁଣିତ କରିବ ବୋଲି ଆଶା ରହିଛି ।