କେମିତି କମ୍ପ୍ୟୁଟର ଚଲାନ୍ତି ତାରା ? ତାଜୁବ କରିଦେଲା ତାରାଙ୍କ ଉତ୍ତର…

876

କନକ ବ୍ୟୁରୋ: ତାରା କମ୍ପ୍ୟୁଟର ଶିଖିଛନ୍ତି ନା ନାହିଁ? କମ୍ପ୍ୟୁଟର ବାବଦରେ ତାଙ୍କ ପାଖରେ କେତେ ଜ୍ଞାନ ଅଛି ? ଆଗକୁ ବିଧାନସଭାର ସବୁ କାମ କମ୍ପ୍ୟୁଟର ଦ୍ୱାରା ହେବାକୁ ଥିବା ବେଳେ ବିଧାୟକ ବାହିନୀପତି ଏହାର ବ୍ୟବହାର ଜାଣିଛନ୍ତି କି ନାହିଁ ବୋଲି ଗଣମାଧ୍ୟମ ପ୍ରଶ୍ନ କରିଥିଲେ । ଆଉ ନିଜ କମ୍ପ୍ୟୁଟର ଜ୍ଞାନ ବାବଦରେ ମିଡିଆ ଆଗରେ ନିଜ ଅନ୍ଦାଜରେ ଉତ୍ତର ରଖିଥିଲେ ତାରା ।

ତାରା ଖାଲି ହାତରେ ଚଳାନ୍ତିନି ବରଂ ସେ ହାତ, ଗୋଡ, ମୁହଁରେ କମ୍ପ୍ୟୁଟର ଚଳାଇପାରିବେ ବୋଲି କହିଛନ୍ତି । ତେବେ ସବୁ ବିଧାୟକ କମ୍ପ୍ୟୁଟର ଚଳାଇବାକୁ ବାଧ୍ୟତାମୂଳକ ହୋଇଛି । ଆଗକୁ ଇ-ବିଧାନସଭା ହେବାକୁ ଥିବା ବେଳେ ବିଧାୟକମାନେ ସବୁ କାମ ଡିଜିଟାଲ ମାଧ୍ୟମରେ କରିବେ । ତେଣୁ ସବୁ ବିଧାୟକଙ୍କୁ କମ୍ପ୍ୟୁଟର ଶିଖିବାକୁ ପଡିବ । ଆଗାମୀ ଶୀତ ଅଧିବେଶନ ପରେ ସବୁ ବିଧାୟକ ଦୈନିକ ଘଣ୍ଟାଏ କମ୍ପ୍ୟୁଟର ଶିଖିବେ ଆଉ ସେମାନଙ୍କୁ ଓକାକ୍ ଶିଖାଇବ ବୋଲି ସୂଚନା ମିଳିଛି ।

ତେବେ ସବୁ ବିଧାୟକ ଟ୍ୟାବ କିଣି ସାରିବା ପରେ ଏହି ଶିକ୍ଷା ଆରମ୍ଭ ହେବ । ଏଣିକି ଗୃହରେ ବିଧାୟକମାନେ ଟ୍ୟାବ ବ୍ୟବହାର କରିବେ ବୋଲି ପୂର୍ବରୁ ସୂଚନା ରହିଛି । ତେବେ କମ୍ପ୍ୟୁଟର ଶିଖି ସାରିବା ପରେ ଆଉ ବିଧାୟକମାନେ ସେମାନଙ୍କ ପ୍ରଶ୍ନ ଗୃହରେ ରଖିବା ଆଗରୁ ଦାଖଲ କରିବେନି । ବରଂ ଏକ ସ୍ୱତନ୍ତ୍ର ଆପ ମାଧ୍ୟମରେ ସେମାନେ ସେମାନଙ୍କ ପ୍ରଶ୍ନକୁ ଦାଖଲ କରି ପାରିବେ ଆଉ ତାହାର ଉତ୍ତର ପାଇ ପାରିବେ ।