ବିଶୃଙ୍ଖଳାକାରୀଙ୍କ ଉପରେ ବର୍ଷିଲେ ସୁର । କହିଲେ କଂଗ୍ରେସ ଦଳରେ ହଜାରେ ମତ । ଶାନ୍ତିଶୃଙ୍ଖଳା ଫେରାଇ ଆଣିବାକୁ ହେଲେ ନିଆଯାଉ କାର୍ଯ୍ୟାନୁଷ୍ଠାନ ।

310

କନକ ବ୍ୟୁରୋ: କାଲି ଭଳି ଆଜି ବି କଂଗ୍ରେସ ଭବନରେ ଦେଖିବାକୁ ମିଳିଛି ହାଇଡ୍ରାମା । ଭିତରେ ପ୍ରଭାରୀଙ୍କ ବୈଠକ କରିଥିବା ବେଳେ ବାହାରେ ଦେଖିବାକୁ ମିଳିଥିଲା ଧାରଣା । ବିଦ୍ରୋହ ଉତ୍ତେଜନା ଭିତରେ କଂଗ୍ରେସ ଭବନରେ ଆଜି ଦିନ ତମାମ ଜିତେନ୍ଦ୍ର ସିଂଙ୍କ ବୈଠକ ଚଲାଇଥିବା ବେଳେ କିଛି କର୍ମୀ ନିରଞ୍ଜନଙ୍କ ହଟାଇ ମହମ୍ମଦ ମୋକିମଙ୍କୁ ସଭାପତି କରିବାକୁ ଦାବି କରିଥିଲେ । ତେବେ ଗଣ୍ଡଗୋଳର ଆଶଙ୍କା କରି କଂଗ୍ରେସ ଭବନ ପରିସରରେ ବାଉନସର ନିୟୋଜିତ କରାଯାଇଥିଲା ।

ତେବେ କଂଗ୍ରେସର ଏଭଳି ଅନ୍ତକନ୍ଦଳ ନେଇ ମୁହଁ ଖୋଲିଛନ୍ତି ବିଧାୟକ ସୁର ରାଉତରାୟ । ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା କର୍ମୀଙ୍କ ଉପରେ ଧୁମ ବର୍ଷିଥିବା ବେେଳେ ସେମାନଙ୍କ ବିରୋଧରେ ହାଇକମାଣ୍ଡ କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କହିଛନ୍ତି । ତେବେ ପ୍ରଥମେ ଦଳରେ ଶୃଙ୍ଖଳା ରକ୍ଷା କରିବା ପାଇଁ ଆମେ ପ୍ରଭାରୀକୁ କହିଲୁ ।

ସେପଟେ ଦଳ ବିରୋଧୀଙ୍କୁ କଟାକ୍ଷ କରିବାକୁ ଯାଇ ସୁର କହିଛନ୍ତି କି କଂଗ୍ରେସର ହଜାରେ ମତ । କିଏ ଧାରଣା ଦେବେ, କିଏ ବିରୋଧ କରିବେ, କିଏ ତଳେ ବସି ନାରା ଦେବେ । ଏ ଦଳରେ ପରା ସବୁ ପ୍ରକାର ଲୋକ ଅଛନ୍ତି । ତେଣୁ ଯେପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ଶୃଙ୍ଖଳା ନଆସିଛି ସେପର୍ଯ୍ୟନ୍ତ କିଛି ହୋଇ ପାରିବନି ବୋଲି ସୁର କହିଛନ୍ତି ।