ନେତା ଓ ନାୟିକାଙ୍କ ବାହାଘର । ବିବାହ ବନ୍ଧନରେ ବାନ୍ଧିହେଲେ ବିଧାୟକ ପ୍ରୀତିରଂଜନ, ଓଲିଉଡ୍ ଅଭିନେତ୍ରୀ ଝିଲ୍ଲିକଙ୍କୁ ବଙ୍ଗୀୟ ରୀତିନୀତିରେ କଲେ ବିବାହ ।

1,734

କନକ ବ୍ୟୁରୋ : ବେଶ ଚର୍ଚ୍ଚା ଚାଲିଥିଲା ଯେ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଓ ଓଲିଉଡର ବଙ୍ଗୀୟ ଅଭିନେତ୍ରୀ ଝିଲିକ ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ଉଭୟ ଏଭଳି ଚର୍ଚ୍ଚାକୁ ମିଛ ବୋଲି କହୁଥିଲେ । ପୁଣି ଚର୍ଚ୍ଚା ହେଲା ଯେ, ଜୟପୁରରେ ଉଭୟ ବିିବାହ କରିଛନ୍ତି । କିନ୍ତୁ ଏତେସବୁ ଚର୍ଚ୍ଚା ପରେ ଶେଷରେ ଜଣାପଡିଲା, ଚିଲିକାର ଏକ ରିସର୍ଟରେ ଉଭୟଙ୍କର ବିବାହ ହୋଇଛି । ଆଉ ଆଜି ଉଭୟ ସାମ୍ନାକୁ ଆସିଛନ୍ତି ।

ବିବାହ ବନ୍ଧନରେ ବାନ୍ଧି ହେଲେ ସୁକିନ୍ଦା ବିଧାୟକ ପ୍ରୀତି ରଂଜନ ଘଡେଇ । ଓଲିଉଡ ଜଗତର ଜଣାଶୁଣା ଅଭିନେତ୍ରୀ ଝିଲିକଙ୍କୁ ବାହାହୋଇ ଜୀବନର ନୂଆ ଇନିଂସ ଆରମ୍ଭ କରିଛନ୍ତି ପ୍ରୀତିରଂଜନ । ଏହି ବିବାହକୁ ନେଇ ବେଶ ଖୁସି ଜାହିର କରିଛନ୍ତି ପ୍ରୀତିରଂଜନ । ଆଗକୁ ଜୀବନ ସଫଳ ହେବା ପାଇଁ ଜନତାଙ୍କ ଆଶୀର୍ବାଦ କାମନା କରିଛନ୍ତି ।

ଖାଲି ରିଲ ଲାଇଫ ନୁହେଁ ରିୟଲ ଲାଇଫରେ ଅଭିନେତ୍ରୀ ଝିଲିକଙ୍କୁ ମିଳିଯାଇଛନ୍ତି ତାଙ୍କ ହିରୋ । ଆଉ ଏହି ହିରୋ ହେଉଛନ୍ତି ପ୍ରୀତି ଘଡେଇ । ଗତକାଲି ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡେଇଙ୍କୁ ବଙ୍ଗୀୟ ରିତିନୀତିରେ ବିବାହ କରିଛନ୍ତି ଓଡିଆ ସିନେ ଜଗତର ପରିଚିତ ଅଭିନେତ୍ରୀ ଝିଲିକ୍ । ବିବାହ ସମୟର ଭାଇରାଲ ହୋଇଥିବା କିଛି ଫଟୋରେ ଝିଲିକଙ୍କ ମୁଣ୍ଡରେ ସିନ୍ଦୁର ଭରୁଛନ୍ତି ପ୍ରୀତି । ଜୀବନର ଆଉ ଏକ ଆରମ୍ଭକୁ ନେଇ ବେଶ ଖୁସି ଜାହିର କରିଛନ୍ତି ପ୍ରିତି ।

ବିବାହ ପରେ ପ୍ରଥମ ଦିନରେ ପ୍ରୀତି ଏବଂ ଝିଲିକ ପହଂଚିଯାଇଥିଲେ ଡୁମଡୁମାରେ ଥିବା ପ୍ରତିଭା ଶିଶୁ ଆଶ୍ରମରେ । ପିଲାଙ୍କ ଗହଳରେ ବଲିଉଡ ଗୀତର ଧୁନରେ ମନଖୁସିରେ ନାଚିଥିଲେ ଝିଲିକ । ଆଶ୍ରମର ପିଲାମାନଙ୍କ ସହିତ ଉଭୟ କିଛି ସମୟ କାଟିବା ସହିତ ମିଠା ବାଂଟିଥିଲେ । ହେଲେ ଉଭୟଙ୍କ ମଧ୍ୟରେ କେମିତି ଆରମ୍ଭ ହୋଇଥିଲା ପ୍ରେମ ଏବଂ ପରେ ଏହା କିପରି ବିବାହର ରୂପ ନେଲା ଏ ପ୍ରଶ୍ନକୁ ଏଡାଇ ଯାଇଥିଲେ ଝିଲିକ ।

ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ତାଙ୍କ ପତ୍ନୀ ଏବଂ ପୁଅ ବୋହୁଙ୍କ ସହିତ ଏହି ଫଟୋ ପଦାକୁ ଆସିବା ପରେ ପ୍ରୀତି ରଂଜନ ଘଡେଇ ଏବଂ ଝିଲିକଙ୍କ ବାହାଘରକୁ ନେଇ ଜୋର ଧରିଥିଲା ଚର୍ଚ୍ଚା । ତେବେ ନିଜ ଜୀବନର ନୂଆ ହିରୋକୁ ପାଇବା ପରେ ଜୀବନର ରେଳଗାଡି କେମିତି ଗଡୁଛି ଏବେ ତା ଉପରେ ସମସ୍ତଙ୍କ ନଜର ।