ପଡିଆରେ ମା’ର କର୍ତ୍ତବ୍ୟ ତୁଲାଇଲେ ମହିଳା ଖେଳାଳୀ : ସନ୍ତାନକୁ କରାଇଲେ ସ୍ତନ୍ୟପାନ , ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

516

ମା’ଠାରୁ ବଡ ଦୁନିଆରେ କୌଣସି ସମ୍ପର୍କ ହୋଇନଥାଏ । ଯାହାର ଉଦାହରଣ ଆପଣ ଅଙ୍ଗେ ନିଭାଇବା ସହ ଅନେକ ସ୍ଥାନରେ ଦେଖିଥିବେ । ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ନିଜର କର୍ତ୍ତବ୍ୟ କରିବା ସହ ଜଣେ ମହିଳା ଖେଳାଳୀ ମୈଦାନ ଉପରେ ଏକ ଛୁଆକୁ ସ୍ତନ୍ୟପାନ କରାଉଥିବା ଦେଖିବାକୁ ମିଳିଛି ।

ଏହି ଫଟୋ ଓ ସେଥିରେ ଥିବା ମହିଳା ଖେଳାଳୀଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି । ସୂଚନାନୁସାରେ, ଏହି ଫଟୋଟି ମିଜୋରାମର ଭଳିବଲ ଖେଳାଳୀ ଲଲାବେଣ୍ଟ ଲାଙ୍ଗୀଙ୍କର । ସେ ମୈଦାନରେ ଖେଳିବା ସମୟରେ ଏକ ଛୋଟ ବ୍ରେକ ନେଇଥିଲେ ଏବଂ ନିଜ ୭ ମାସର ଛୁଆକୁ ସ୍ତନ୍ୟପାନ କରାଇଥିଲେ । ଏହାର ଏକ ଫଟୋ ଫେସବୁକର ୟୁଜର ନିଙ୍ଗଲୁନ ହଙ୍ଗଳ ନିଜ ଫେସବୁକ ଆକାଉଣ୍ଟରେ ସେୟାର କରିଛନ୍ତି । ନିଙ୍ଗଲୁନ ହଙ୍ଗଳଙ୍କ ଏହି ଫଟୋଟିକୁ ୟୁଜର୍ସ ଖୁବ୍ ମାତ୍ରାରେ ସେୟାର କରୁଛନ୍ତି । ଫଟୋଟି ଭାଇରାଲ ହେବା ପରେ ମିଜୋରାମର ଖେଳ ମନ୍ତ୍ରୀ ରବର୍ଟ ରୋମବାସିୟା ରାୟଟେ ମଧ୍ୟ ଖେଳାଳୀଙ୍କ ଖୁବ୍ ପ୍ରଶଂସା କରିଛନ୍ତି । ସେ ଏଭଳି ମହାନ କାର୍ୟ୍ୟ ପାଇଁ ଲଲାବେଣ୍ଟଲାଙ୍ଗୀଙ୍କୁ ୧୦,୦୦୦ଟଙ୍କା ପୁରସ୍କାର ଦେବାର ଘୋଷଣା କରିଛନ୍ତି ।