ଟି-୨୦ରେ ମିତାଲିଙ୍କ ‘ରାଜ’! ବିରାଟ ଓ ରୋହିତଙ୍କୁ ପକାଇଲେ ପଛରେ

302

ଟି-୨୦ରେ ସବୁଠୁ ଅଧିକ ରନ୍ ସ୍କୋର କରିଥିବା ଭାରତୀୟ କିଏ ? ଏହି ପ୍ରଶ୍ନ ଆସିଲେ ନିଶ୍ଚୟ ଆପଣଙ୍କ ମନରେ ବିରାଟ କୋହଲି, ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନି, ଯୁବରାଜ ସିଂ ପରି ନାଁ ମନକୁ ଆସିପାରେ । କିନ୍ତୁ ବାସ୍ତବରେ ଏହାର ଉତ୍ତର ତାହା ନୁହେଁ । ଉତ୍ତର ଯାହା ଜାଣିଲେ ଆପଣ ଚମକି ପଡିବେ । ଏହି ସଫଳତା ପାଇଥିବା ଭାରତୀୟ ଜଣକ ପୁରୁଷ ଟିମ୍ ନୁହେଁ ମହିଳା ଟିମର ବରିଷ୍ଠ ଖେଳାଳି ତଥା ପୂର୍ବତନ ଅଧିନାୟିକା ମିତାଲି ରାଜ୍ ।

ବର୍ତ୍ତମାନ ୱେଷ୍ଟଇଣ୍ଡିଜରେ ଚାଲିଥିବା ଟି-୨୦ ବିଶ୍ୱ କପର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଚମକ୍ରାର ଖେଳ ପ୍ରଦର୍ଶନ କରିଛନ୍ତି ମିତାଲି । ମାତ୍ର ୪୭ ବଲରେ ୫୬ ରନ୍ ସଂଗ୍ରହ କରିଥିଲେ ମିତାଲି । ଏହା ସହ ତାଙ୍କ ବ୍ୟକ୍ତିଗତ ସ୍କୋର ଟି-୨୦ ମ୍ୟାଚରେ ୨୨୩୨ରେ ପହଂଚିଛି । ଯାହା ଅନ୍ୟ ଭାରତୀୟ କ୍ରିକେଟର (ଉଭୟ ପୁରୁଷ ଓ ମହିଳା)ଙ୍କ ମଧ୍ୟରେ ସବୁଠୁ ଆଗରେ । ଭାରତୀୟ ପୁରୁଷ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲି ଏବଂ ଓପନର ରୋହିତ ଶର୍ମା ମଧ୍ୟ ମିତାଲିଙ୍କ ଠାରୁ ପଛରେ ରହିଛନ୍ତି ।

ବିରାଟ କୋହଲି ବର୍ତ୍ତମାନ ସୁଦ୍ଧା ୬୨ଟି ମ୍ୟାଚରେ ୫୮ ଇନିଂସ ଖେଳି ୨୧୦୨ ରନ୍ ସଂଗ୍ରହ କରିଛନ୍ତି । ସେପଟେ ରୋହିତ ଶର୍ମା ୮୭ ମ୍ୟାଚରେ ୮୦ ଇନିଂସ ଖେଳି ଏଯାଏଁ ୨୨୦୭ ରନ ସଂଗ୍ରହ କରିଛନ୍ତି । କିନ୍ତୁ ମିତାଲି ରାଜ୍ ଏଯାଏଁ  ୮୪ ମ୍ୟାଚରେ  ୭୯ ଇନିଂସ ଖେଳି ୨୨୩୨ ରନ ସଂଗ୍ରହ କରିଛି । ଏଥିରେ ରହିଛି  ୧୬ଟି ଅର୍ଦ୍ଧ ଶତକ । ମିତାଲି ଟି-୨୦ କ୍ୟାରିଅରରେ  ୧୯ ଥର ସେ ଅପରାଜିତ ରହିଛନ୍ତି ଏବଂ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ହେଉଛି ଅପରାଜିତ ୯୭ ରନ୍ ।