ଆମ୍ବୁଲାନ୍ସର ଅପବ୍ୟବହାର କରୁଥିଲେ ସାବଧାନ ! ତାଲାବନ୍ଦ ବେଳେ ରୋଗୀଙ୍କ ବଦଳରେ ପାସେଞ୍ଜର ବୋହିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ବନ୍ଧାହେବେ ଡ୍ରାଇଭର, ବାଜ୍ୟାପ୍ତ ହେବ ଆମ୍ବୁଲାନ୍ସ…

681

କନକ ବ୍ୟୁରୋ: ସାବଧାନ ! ଆମ୍ବୁଲାନ୍ସ କର୍ମଚାରୀ । ଆମ୍ବୁଲାନ୍ସର ଅପ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସତର୍କ । ତାଲାବନ୍ଦ ସମୟରେ ମେଡିକାଲ କାମ କିମ୍ବା କରୋନା ମୁକାବିଲା ଛଡା ଅନ୍ୟ କୌଣସି କାମରେ ଆମ୍ବୁଲାନ୍ସକୁ ବ୍ୟବହାର କରୁଥିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । କରୋନା ପ୍ରେସମିଟରେ ସରକାରଙ୍କ ନିଷ୍ପତ୍ତି ଶୁଣାଇଛନ୍ତି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।


ତେବେ ରାଜ୍ୟରେ କିଛି ସ୍ଥାନରେ ଆମ୍ବୁଲାନ୍ସର ଅସଦ ବ୍ୟବହାର କରାଯାଇଥିବା ଖବର ଆସିଛି । ଲକଡାଉନ ସମୟରେ ଆମ୍ବୁଲାନ୍ସରେ କିଛି ଲୋକଙ୍କୁ ବୁହାଯାଉଥିବା ସୂଚନା ମିଳିଛି । ତେବେ ତାଲାବନ୍ଦ ବେଳେ ଏଭଳି କାମ ଆଦୌ କ୍ଷଣଣୀୟ ନୁହେଁ । ଆଗାମୀ ଦିନରେ ଯଦି ଆମ୍ବୁଲାନ୍ସର କେହି ଅପବ୍ୟବହାର କରନ୍ତି ତେବେ ଡ୍ରାଇଭର ସମେତ ମାଲିକଙ୍କୁ ଗିରଫ କରାଯିବ । ଏହା ସହ ସଙ୍ଗେ ସଙ୍ଗେ ଉକ୍ତ ଆମ୍ବୁଲାନ୍ସକୁ ବାଜ୍ୟାପ୍ତ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଥିବା ସୁବ୍ରତ କହିଛନ୍ତି ।