କନକ ବ୍ୟୁରୋ: ବିଧାୟକଙ୍କ କ୍ୱାର୍ଟରରେ ନିଆଁ। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସରକାରୀ ବାସଭବନରେ ଗାଡି ପୋଡି । ଗତକାଲି ରାତିରେ କିଛି ଦୁର୍ବୃତ୍ତ ଘର ବାହାରପଟୁ ଚାବି ପକାଇ ଗାଡି ପୋଡିଦେଇଥିବା ଅଭିଯୋଗ ହୋଇଛି । ଘରେ ଥିବା ଲୋକ ଏହି ଅଭିଯୋଗ ଆଣିଛନ୍ତି । ଅଗ୍ନିକାଣ୍ଡରେ ଦୁଇଟି କାର, ଦୁଇଟି ବାଇକ ଓ ସାଇକେଲ ପୋଡିଯାଇଛି ।
ଘଟଣା ସମୟରେ ବିଧାୟକ ଉପସ୍ଥିତ ନଥିଲେ । ତେବେ କ୍ୱାର୍ଟରରେ ୧୦ରୁ ଅଧିକ ଲୋକ ଶୋଇଥିଲେ । ସେମାନଙ୍କୁ ବାହାରୁ ତାଲା ପକାଇ ଏଭଳି କାଣ୍ଡ କରାଯାଇଛି । ବିଧାୟକଙ୍କ କ୍ୱାର୍ଟସକୁ ସମସ୍ତଙ୍କୁ ଆସିବାକୁ ଅନୁମତି ରହିଛି । ତେବେ କେହି ଓ କାହିଁକି ନିଆଁ ଲଗାଇଲା ତାହା ସ୍ପଷ୍ଟ ହୋଇନ ଥିଲେ ବି ଅତି ଯୋଜନାବଦ୍ଧ ଭାବେ ଏଭଳି କାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି । ଡିସିପି ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/QUATER.jpg)
/kanak/media/post_attachments/wp-content/uploads/2019/08/IMG-20190819-WA0047-300x225.jpg)