କନକ ବ୍ୟୁରୋ : ବିଳମ୍ବିତ ରାତିରେ ପେଟ୍ରୋଲ ପମ୍ପରୁ ଲୁଟ୍ । ବନ୍ଧୁକ ମୁନରେ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୃତ । ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁଦିଆରୀ ବଜାର ସୁନ୍ଦରାୟ ପେଟ୍ରୋଲ ପମ୍ପରେ ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଥିବା ସୂଚନା ମିଳିଛି ।
ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଭର୍ତି ଟ୍ରେଜେରୀକୁ ଲୁଟି ନେଇ ଫେରାର ହୋଇଛନ୍ତି ଦୁର୍ବୃତ । ଟ୍ରେଜେରୀରେ ୧୦ ଲକ୍ଷରୁ ଅଧିକ ଟଙ୍କା ଥିଲା ବୋଲି କହିଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ । ୨ ଜଣ ଦୁର୍ବୃତ ଏହି ଲୁଟ୍ କରିଥିବା ସୂଚନା ମିଳିଛି । ଅଭିଯୋଗ ପାଇବା ପରେ ତନାଘନା ଚଳାଇଛି ପୋଲିସ ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Loot-image.jpg)