କନକ ବ୍ୟୁରୋ: ବ୍ରହ୍ମପୁରରେ ବଡ ଧରଣର ଲୁଟ୍ । ଗୋଷାଣୀ ନୂଆ ଗାଁ ଥାନା ଅନ୍ତର୍ଗତ ପିତାଦେବୀ ଖାଡଙ୍ଗା ଛାତ୍ରୀନିବାସ ସାମ୍ନାରେ ବଡ ଲୁଟ ଅଭିଯୋଗ । ବାଇକରେ ୪ ଜଣ ଦୁର୍ବୃତ ଆସି ଜଣେ ମହିଳାଙ୍କଠାରୁ ୧୫ ଭରି ସୁନା ଲୁଟି ନେଇ ଫେରାର ହୋଇଯାଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଘଟଣା ପରେ ପୋଲିସ ତନାଘନା ଆରମ୍ଭ କରିଛି । ଏହି ଘଟଣା ସହରର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ବିଶେଷକରି ଗୋଷାଣୀନୂଆଗାଁ ଅଂଚଳରେ ବାରମ୍ବାର ଚୋରୀ, ଲୁଟତରାଜ ହେଉଥିବାରୁ ପୋଲିସ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।