ବଲାଙ୍ଗିର : ରାଜ୍ୟରେ ଦିନ କୁ ଦିନ ନାବାଳିକା ଦୁଷ୍କର୍ମ ଅଭିଯୋଗ ବଢୁଛି । ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନାକୁ ଆସିଛି ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ଗତ ୧୪ ତାରିଖରେ ଜଣେ ନାବାଳିକାକୁ ଇଂସା ଗାଁର ଗୋବିନ୍ଦ ବେହେରାଙ୍କ ସହ କିଛି ଯୁବକ ମିଶି ଜଣେ ନାବାଳିକାକୁ ଅପହରଣ କରିନେଇଥିଲେ । ପରେ ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ପୀଡିତାଙ୍କ ବାପା ମା ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏହି ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଅପହରଣ ଓ ଦୁଷ୍କର୍ମ ମାମଲାରେ କୋର୍ଟ ଚାଲାଣ କରିଛି । ଏଭଳି ଅମାନବୀୟ ଘଟଣାରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହୋଇଛି ।
ବଲାଙ୍ଗିରରେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ : ମୁଖ୍ୟ ଅଭିଯୁକ୍ତ ଗିରଫ
/kanak/media/post_attachments/wp-content/uploads/2016/06/vlcsnap-2016-06-23-16h23m09s690.png)