କିଏ ଜାଣିଛି ମନ କି ବାତ୍ ! ମନ୍ତ୍ରୀମଣ୍ଡଳ ଅଦଳ ବଦଳ ନେଇ ଘଡିକେ ବଦଳୁଛି ମତ

21

କନକ ବ୍ୟୁରୋ : ଦ୍ୱନ୍ଦ୍ୱରେ ନବୀନ । କଣ କରିବେ । ମନ୍ତ୍ରୀମଣ୍ଡଳ ଅଦଳ ବଦଳ ନେଇ ଘଡିକେ ବଦଳୁଛି ମତ । କେତେବେଳେ କହୁଛନ୍ତି ଚିନ୍ତା କରାଯାଉଛି ଖୁବଶୀଘ୍ର ନିଷ୍ପତି ନିଆଯିବ । ଆଉ ପରେ ବଦଳିଯାଉଛି ନବୀନଙ୍କ ମତ । କହୁଛନ୍ତି, ବର୍ତମାନ ସ୍ଥିତିରେ କୌଣସି ସମ୍ଭାବନା ନାହିଁ , କିଛି ଚିନ୍ତା କରାଯାଇନି । ତେବେ କଣ ପ୍ରକୃତରେ ମନ୍ତ୍ରୀମଣ୍ଡଳ ରେ ଅଦଳ ବଦଳ ହେବ । ଯଦି ହେବ ତେବେ କାହିଁକି ନିଷ୍ପତି ନେଇପାରୁନାହାଁନ୍ତି ବିଜେଡି ସୁପ୍ରିମୋ? ଦ୍ୱନ୍ଦ୍ୱରେ ଅଛନ୍ତି କି ନବୀନ ?

ଏଥର ପଂଚାୟତ ନିର୍ବାଚନରେ ବିଜେଡିକୁ ଲାଗିଥିଲା ଝଟକା । ୧୭ ବର୍ଷର ଶାସନରେ ଦଳର ଏପରି ଅବସ୍ଥା ହୋଇନଥିଲା । ତୃତୀୟ ସ୍ଥାନରେ ଥିବା ବିଜେପି, ବିଜେଡିକୁ କଡା ଟକ୍କର ଦେଇ ୮ଟି ଜିଲ୍ଲା ପରିଷଦ ଗଢିବାକୁ ସକ୍ଷମ ହୋଇଥିଲା । ଏହାପରେ ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ନେଇ ଭାବିବାକୁ ବାଧ୍ୟ ହୋଇଥିଲେ ନବୀନ ।

ସାଧାରଣ ନିର୍ବାଚନ ପାଇଁ ହାତରେ ଆଉ ଦେଢ ବର୍ଷ ସମୟ । ସାରା ରାଜ୍ୟରେ ପଦ୍ମ ଫୁଟାଇବାକୁ ଜୋରସୋରରେ ଲାଗିପଡିଛି ବିଜେପି । ପଂଚାୟତ ସଫଳତା ନେଇ ଉତ୍ସାହିତ ଦଳ । ଆଉ ବିଜେଡିକୁ ଘାରିଛି ଘର ସଜଡା ଚିନ୍ତା ।