#ଡାହାମିଛ। ତିତଲି ମୃତ୍ୟୁ ସଂଖ୍ୟା ବୟାନ ପାଇଁ ସୂର୍ଯ୍ୟ ପାତ୍ର ବନିଲେ ଶ୍ରେଷ୍ଠ ମନ୍ତ୍ରୀ ।

#ଡାହାମିଛ। କୁହାଯାଏ, ଆନ୍ନାଙ୍କ ପାଖରେ ସବୁ ଖବର ଥାଏ । ହେଲେ ନିଜ ନିର୍ବାଚନ ମଣ୍ଡଳୀ ନିକଟରେ ଘଟୁଥିବା ଏତେ ବଡ ଘଟଣା ନେଇ ଖବର ତ ଆସିଲାନି, ହେଲେ ବିବାଦୀୟ ବୟାନ ଦେଇ ଫଶିଗଲେ ମନ୍ତ୍ରୀ ମହାଶୟ ।

530

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।

ରାଜ୍ୟର ଏବେ ଦୁଇଟି ବଡ଼ ପ୍ରସଙ୍ଗ ହେଉଛି ‘ସୁନ୍ଦରୀ’ ଆଉ ‘ତିତଲି’। ଯେମିତି ଆଞ୍ଚଳିକ ଭାଷା ଓଡ଼ିଆ ବୋଲାଉଛେ, ଆଉ କିଛି ଦିନ ଗଲେ ସେମିତି ଆଞ୍ଚଳିକ ମୁଖ୍ୟ ପ୍ରସଙ୍ଗର ମାନ୍ୟତା ଏ ଦୁଇଟିକୁ ହିଁ ମିଳିବ। କହିବାର ତାତ୍ପର୍ଯ୍ୟ ଏହା ଯେ, ଗୋଟିଏ ପଟେ ସୁନ୍ଦରୀ ଧରା ଦେଉନି ଅନ୍ୟପଟେ ତିତଲି କ୍ଷୟକ୍ଷତିର ଅଙ୍କ କାହା ମୁଣ୍ଡରେ ପସୁନି। ତେଣୁ ପ୍ରକୃତ ଘଟଣା କଣ ଆଉ କିଏ ସତ କହୁଛି ଆଉ କିଏ ମିଛ ଜାଣିବା ପାଇଁ ପୁରା ଗ୍ରାଉଣ୍ଡ ଜିରୋ କୁ ବୁଝିବା ପାଇଁ ଚାଲିଗଲି।

ସକାଳୁ ସକାଳୁ ଡ୍ରାଇଭରକୁ ନେଇ ବାହାରି ଗଲି ସେଇ ୩ଟି ଜିଲ୍ଲାକୁ ଯେଉଁଠି ତିତଲି ତାଣ୍ଡବଲୀଳା କରିଦେଇ ଚାଲିଯାଇଛି। ଜିଲ୍ଲାରୁ ଜିଲ୍ଲା ବୁଲିଲି କିନ୍ତୁ ଗଂଜାମ ଜିଲ୍ଲାକୁ ଏଣ୍ଟ୍ରି କରୁ କରୁ ଛକ ଦେଖି ଚା ପିଇବା ପାଇଁ ଅଟକିଗଲି । ବସିକି ଚା ପିଉଛି ଯେ ଶୁଣିବାକୁ ମିଳିଲା ଶ୍ରେଷ୍ଠ ବିଧାୟକଙ୍କ ଭଳି ଏଥର ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ଘୋଷଣା କରାଯିବ। ଟିକେ କାନେଇକି ଶୁଣିଲା ବେଳକୁ ୬-୭ ଜଣ ବୁଢା ଲୋକ ବସି ଏ ବିଷୟରେ ଚର୍ଚ୍ଚା କରୁଛନ୍ତି । ମୁଁ ସେଠି ଆଉ କିଛି ସମୟ ବସିଲି ହଠାତ ପଚାରିଲି ମଉସା ଏ ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର କାହିଁକି ଏବଂ କାହାକୁ ମିଳିବ ? ମଉସା କହିଲେ ବାବୁରେ ଯାହାକୁ ଭୋଟ ଦେଇ ବିଧାୟକରୁ ମନ୍ତ୍ରୀ କରିଲୁ ମାନେ ସୂର୍ଯ୍ୟକୁ ଏଇ ପୁରସ୍କାର ଦିଆଯିବା କଥା । ମୁଁ ପଚାରିଲି କାହିଁକି ? ସେଠୁ ଧୀରେ ଧୀରେ ମଉସା ପେଡ଼ି ଖୋଲିଲେ ଆଉ କହିଲେ, ଅନେକ ପରିବାରର ଆଖିରୁ ଲୁହ ଶୁଖୁନି କିନ୍ତୁ ମନ୍ତ୍ରିଙ୍କ ଆଖିରେ ଜିରୋ କାଜୁଆଲିଟିର ପଟି ବନ୍ଧା ହୋଇଛି । ତିତଲିରେ ପାହାଡ଼ ତଳେ ଚାପି ହୋଇ ଅନେକଙ୍କ ପରିବାର ଶେଷ ହୋଇଗଲା ଆଉ ସୂର୍ଯ୍ୟ ବାବୁ କହିଲେ ଏ ବିଷୟରେ କିଛି ଖବର ତାଙ୍କ ପାଖରେ ନାହିଁ । ଏବଂ କିଛି ହୋଇନି । ପୁଣି ପରେ କହିଲେ ତିତଲି ନୁହେଁ ବରଂ ପରବର୍ତ୍ତୀ ବନ୍ୟାରେ ଏମିତି ହେଲା ।

ଏଠୁ କଥାଟା ପୁରା ବୁଝାପଡ଼ିଲା ମଉସାଙ୍କ ରାଗ ଆଉ ଚର୍ଚ୍ଚା ହେଉଥିବା ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ବାବଦରେ। ଏସବୁ ର ତର୍ଜମା କରିବା ପୂର୍ବରୁ ଗୋଟିଏ କଥା ମନକୁ ଆସିଲା ଶ୍ରେଷ୍ଠ ବିଧାୟକ ଭଳି ଯଦି ମଉସାଙ୍କ ପରାମର୍ଶ କ୍ରମେ ଶ୍ରେଷ୍ଠ ମନ୍ତ୍ରି ପୁରସ୍କାର ଦିଆଯାଏ ତେବେ ସୂର୍ଯ୍ୟ ପାତ୍ରଙ୍କ ଭଳି କେତେ ମନ୍ତ୍ରୀ ଏହି ପୁରସ୍କାରରେ ପୋତି ହୋଇଯିବେ ତା’ର ହିସାବ ନାହିଁ।

surya narayan patra

ଶେଷରେ ସୂର୍ଯ୍ୟ ବାବୁଙ୍କ ପାଇଁ ଗୋଟେ ଛୋଟ କବିତା ଡେଡ଼ିକେଟ କରିବାକୁ ଚାହିଁବୁ…
ବୟସର ଅପରାହ୍ନରେ ସୂର୍ଯ୍ୟ ବାବୁ
ଦିନକୁ ଦିନ ହୋଇଗଲେଣି ବେକାବୁ
ସରକାରଙ୍କ ଜିରୋ କାଜୁଆଲିଟିରେ
ଫସିଗଲେ ସୂର୍ଯ୍ୟ
ଯାହାକୁ ନେଇ ତିତଲି ପ୍ରଭାବିତ
ହୋଇଗଲେଣି ଅଧର୍ଯ୍ୟ
ସୁର୍ଯ୍ୟଙ୍କୁ ଡେଇଁଲାଣି କି ଦାମଙ୍କ ରୋଗ
କହୁ କହୁ କହିଦେଲ ମିଛ ଏଥର ବସି ଭୋଗ

ବି. ଦ୍ର : ଉପରୋକ୍ତ ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ ।  ରାଜନୀତି ଜୋର ହେଉଥିବାରୁ ଆପଣଙ୍କୁ ଭିନ୍ନ ଢଙ୍ଗରେ କିଛି ସମୟ ଖୁସି କରିବାକୁ ଏହି ଲେଖା ଉଦ୍ଦିଷ୍ଟ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ । ପଢନ୍ତୁ ଆଉ ମଜା ନିଅନ୍ତୁ ।

ବି. ଦ୍ର : ଆପଣ ମଧ୍ୟ ଏଭଳି ଚିନ୍ତାଧାରାରେ ଲେଖା ଆମ ପାଖକୁ ପଠାଇବାକୁ ଚାହାନ୍ତି ତେବେ ଆମ ହ୍ୱାଟସଆପ ନମ୍ବରକୁ ପଠାଇପାରିବେ । ଆମ ନମ୍ବର – ୯୧୭୮୪୬୭୦୦୫