ମନ୍ତ୍ରୀଙ୍କ ‘ପିଆଜ’ ଆଶ୍ୱାସନା: ମାସ ଶେଷ ସୁଦ୍ଧା ଦର କମିବ, ଖାଉଟିଙ୍କୁ ଆଶ୍ୱସ୍ଥି ମିଳିବ । କଂଗ୍ରେସର ୪୦ ଟଙ୍କିଆ ପିଆଜକୁ ସ୍ଥାୟୀ ସମାଧାନ ନୁହେଁ କହିଲେ ଯୋଗାଣ ମନ୍ତ୍ରୀ

464

କନକ ବ୍ୟୁରୋ: କମିବ ପିଆଜ ଦର । ମାସେ ଦୁଇ ମାସ ଭିତରେ ପିଆଜ ଦର କମିବା ନେଇ ଯୋଗାଣ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ସୂଚନା । ଡିସେମ୍ବର ଶେଷ ସପ୍ତାହରେ କିମ୍ବା ଜାନୁୟାରୀ ପ୍ରଥମ ଆଡକୁ ନୂଆ ପିଆଜ ବାହାରିବ ଆଉ ତାହା ବଜାରକୁ ଆସିବ । ତେଣୁ ଦର ମନକୁମନ କମିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ଓଡିଶା ସରକାର ପିଆଜ ଦରରେ ସ୍ଥିରତା ଆଣିବାକୁ ସବୁ ପ୍ରକାର ଚେଷ୍ଟା କରିଛନ୍ତି । ଆଜିକା ଦିନରେ ୫୨ରୁ ୭୫ ଟଙ୍କା ମଧ୍ୟରେ ପିଆଜ ବିକ୍ରି ହେଉଛି । ଅନ୍ୟ ରାଜ୍ୟ ତୁଳନାରେ ଆମର କମ ପଇସାରେ ବିକ୍ରି ହେଉଛି । ତେବେ ନାସିକ ଭଳି ଯେଉଁ ସବୁ ସ୍ଥାନରୁ ପିଆଜ ଆସେ ସେଠି ବର୍ଷା କାରଣରୁ ଏଥର ପିଆଜ ଆସିନି ତେଣୁ ଦର ବୃଦ୍ଧି ହୋଇଛି ।

ସେପଟେ କଂଗ୍ରେସର ପିଆଜ ବିକ୍ରିକୁ ସମାଲୋଚନା କରିଛନ୍ତି ମନ୍ତ୍ରୀ ସ୍ୱାଇଁ । କଂଗ୍ରେସ ପିଆଜ ବିରିବା କଏକ ସ୍ଥାୟୀ ସମାଧାନ ନୁହେଁ । କଂଗ୍ରେସ ଲୋକଙ୍କୁ ନିଜ ପ୍ରତି ଆକର୍ଷିତ କରିବାକୁ ଏଭଳି କରିଛି । ତେବେ ରାଜ୍ୟ ସରକାର ଜାଣନ୍ତି ଲୋକଙ୍କ ସୁବିଧା ପାଇଁ କଣ କରିବାକୁ ପଡିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ସକାଳେ ପିଆଜର ଦର ବୃଦ୍ଧି ନେଇ ଭିନ୍ନ ପ୍ରତିବାଦ କରିଥିଲା କଂଗ୍ରେସ । ଶସ୍ତାରେ ଲୋକଙ୍କୁ ପିଆଜ ବିକ୍ରି କରି ପ୍ରତିବାଦ କରିଥିଲା । ମାଷ୍ଟରକ୍ୟାଣ୍ଟିନରେ ମାତ୍ର ୪୦ ଟଙ୍କାରେ ଲୋକଙ୍କୁ ପିଆଜ ଦେଇଥିଲା କଂଗ୍ରେସ । ଲୋକେ ବି ଶସ୍ତାରେ ପିଆଜ କିଣିବାକୁ ନାହିଁ ନଥିବା ଭିଡ ଲଗାଇଥିଲେ ।