ଓଡିଶା ଖଣି ଦୁର୍ନୀତି ନେଇ ୧୧୪ ପୃଷ୍ଠାର ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ବି. ଲୋକୁର ଏବଂ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ରାଜ୍ୟରେ ଖଣି ଦୁର୍ନୀତି ନେଇ କମନ କଜ୍ ନାମକ ସଂସ୍ଥା ପକ୍ଷରୁ ଦାଖଲ ହୋଇଥିବା ପିଟିସନ ଉପରେ ଶୁଣାଣି କରି କୋର୍ଟ ରାୟ ଦେଇ କହିଛନ୍ତି

Advertisment

- ରାଜ୍ୟରେ ଖଣି ଦୁର୍ନୀତିର ହେବନି ସିବିଆଇ ତଦନ୍ତ

- ଭବିଷ୍ୟତରେ କିଭଳି ଦୁର୍ନୀତି ହେବନି ତା ଉପରେ ଜୋର ଦେବା ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା

- ଅବସରପ୍ରାପ୍ତ ବିଚାରପତିଙ୍କ ଅଧୀନରେ ହେବ ଏକ୍ସପର୍ଟ କମିଟି

- ଓଡିଶାରେ ବ୍ୟାପକ ଖଣି ଦୁର୍ନୀତିର କାରଣ ଅନୁଧ୍ୟାନ କରିବ କମିଟି

- ଖଣି ଖାଦାନ ଥିବା ରାଜ୍ୟରେ ବେଆଇନ କାରବାର ରୋକିବାକୁ କମିଟି ସୁପାରିଶ କରିବ

- ନ୍ୟାସନାଲ ମିନେରାଲ ପଲିସି ରେ ପରିବର୍ତ୍ତନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ

- ଦଶନ୍ଧି ତଳର ଏହି ପଲିସି ବଦଳିବାର ଆବଶ୍ୟକତା ରହିଛି

- ୩୧ ଡିସେମ୍ବର ୨୦୧୭ ସୁଦ୍ଧା ଏହି ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ

- ରାଜ୍ୟ ସରକାର ଜାରି କରିଥିବା କାରଣ ଦର୍ଶାଅ ନୋଟିସ୍ର ଶୁଣାଣି ଜାରି ରହିବ

- ୩୧ ଡିସେମ୍ବର ୨୦୧୭ ସୁଦ୍ଧା ଶୁଣାଣି ସାରିବାକୁ ନିର୍ଦ୍ଦେଶ

- ଜିନ୍ଦଲ, ଶାରଦା, ରୁଙ୍ଗଟା ପକ୍ଷରୁ ଦାଖଲ ହୋଇଥିବା ପିଟିସନ ଉପରେ ଦୁଇ ସପ୍ତାହ ପରେ ଶୁଣାଣି

- ବେଆଇନ ଖଣି ଉତ୍ତୋଳନକାରୀଙ୍କ ଠାରୁ ୧୦୦% ଫାଇନ ଆଦାୟ ହେବ

- ପରିବେଶ ମଂଜୁରୀ ଠାରୁ ଅଧିକ କିମ୍ବା ପରିବେଶ ମଂଜୁରୀ ନଥାଇ ହୋଇଥିବା ଖଣିଜ ଉତ୍ତୋଳନ କ୍ଷେତ୍ରରେ ୧୦୦ ପ୍ରତିଶତ ଫାଇନ ଆଦାୟ ହେବ

- ପରିବେଶ ଆଇନର ଉଲ୍ଲଂଘନ କ୍ଷେତ୍ରରେ ମଧ୍ୟ ଏହା ଲାଗୁହେବ

- ସିଇସି କରିଥିବା ସୁପାରିଶ ଆଧାରରେ ୨୦୦୦-୦୧ରୁ କ୍ଷତିପୂରଣ ଦେବେ

- ଏମଏମଡିଆର ଆକ୍ଟ ଧାରା ୨୧(୫) ଆଧାରରେ ମାଇନିଂ ଲିଜ ଏରିଆରେ ପରିବେଶ ଆଇନ୍ର ହୋଇଥିବା ଉଲ୍ଲଂଘନ ଉପରେ ମଧ୍ୟ ୧୦୦ ପ୍ରତିଶତ ଫାଇନ ଆଦାୟ ହେବ

- ରୁଲ୍-୩୭ ବାବଦରେ ଶୁଣାଣି ଜୁଡିସିଆଲ କମିଟିରେ ହେବ