ଖଣି ମାଲିକଙ୍କ ମୁଣ୍ଡରେ ଝୁଲୁଛି ଜରିମାନାର ଖଣ୍ଡା ! କେମିତି ଆଦାୟ ହେବ ଟଙ୍କା, ଆସନ୍ତା ୧୭ରେ ସୁପ୍ରିମ କୋର୍ଟ ଶୁଣାଇବେ ନିଷ୍ପତ୍ତି

14

କନକ ବ୍ୟୁରୋ :  ଟେନସନରେ ଖିଲାପୀ ଖଣି ମାଲିକ । ଜୋରିମାନା ନଦେଇ ଖଣି ବନ୍ଦ ହୋଇଯାଇଥିବା ଖିଲାପୀ ଖଣି ମାଲିକଙ୍କ ଉପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ନେଇ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ । କେବଳ ଖଣି ବନ୍ଦ ନୁହେଁ, ଆଗକୁ ଜୋରିମାନା ଦେବାକୁ ପଡ଼ିବ । ତେଣୁ ଖିଲାପୀ ଖଣି ମାଲିକଙ୍କ ଟେନସନ୍ ବଢ଼ି ଗଲାଣି ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବ୍ୟବସାୟିକ ଭାବେ ଲୁହାପଥର ଓ ମାଂଗାନିଜ ଖଣି ଉତ୍ତୋଳନ କରୁଥିବା ମାଲିକମାନେ ଜାଣନ୍ତି ଯେ ମାତ୍ର ୨୦୨୦ ଯାଏ ତାଙ୍କ ଲାଇସେନସ ବଳବତ୍ତର ରହିଛି । ତା’ ପରେ ଏହାର ନିଲାମ ହେବ । ଦୁଇ ବର୍ଷ ପରେ ସେମାନେ ପୁଣି ସେହି ଖଣି ପାଇବେ କିି ନାହିଁ କିଛି କହିହେବ ନାହିଁ । ସେଥିପାଇଁ ସମ୍ଭବତଃ ସେମାନେ ଜୋରିମାନା ନଦେଇ କୋର୍ଟ ରାୟକୁ ଅପେକ୍ଷା କରୁଛନ୍ତି । ତେବେ ଖଣି ମାଲିକ ସଂଘ କହୁଛି- କିଛି ଖଣି ମାଲିକ ଲାଭ ଟଙ୍କାକୁ ଅନ୍ୟ କାରବାରରେ ବିନିଯୋଗ କରିଥିବାରୁ ଏତେ ଶୀଘ୍ର ଜୋରିମାନା ଦେଇପାରିନାହାନ୍ତି ।