ଚର୍ଚ୍ଚାରେ ନବନିର୍ବାଚିତ ଗ୍ଲାମରସ ସାଂସଦ: ଟିଏମସି ଟିକେଟରେ ନିର୍ବାଚନ ଲଢି ବିଜୟୀ ହେଲେ ଅଭିନେତ୍ରୀ ମିମୀ ଚକ୍ରବର୍ତୀ

ସବୁଠୁ ସୁନ୍ଦରୀ ସାଂସଦର ଆଖ୍ୟା ଦେଲା ସୋସିଆଲ ମିଡିଆ

382

କନକ ବ୍ୟୁରୋ: ସରିଛି ୨୦୧୯ ଲୋକସଭା ନିର୍ବାଚନ । ଫଳାଫଳ ମଧ୍ୟ ପ୍ରକାଶ ପାଇ ସାରିଛି । କିନ୍ତୁ ଏହାରି ଭିତରେ ନୂଆ କରି ଲୋକସଭାକୁ ନିର୍ବାଚିତ ହୋଇଥିବା ଜଣେ ଗ୍ଲାମରସ ଚେହେରାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ତାଙ୍କ କ୍ରେଜ ଦେଖିବାକୁ ମିଳୁଛି । ୨୦୧୯ ଲୋକସଭା ନିର୍ବାଚନରେ ମିମୀ ଚକ୍ରବର୍ତୀ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ମିମୀ ପେଶାରେ ହେଉଛନ୍ତି ଜଣେ ଅଭିନେତ୍ରୀ । ତେବେ ଏଥର ମମତା ବାର୍ନାଜୀଙ୍କ ଟିଏମସି ଟିକେଟରୁ ସେ ନିର୍ବାଚନ ଲଢି ବିଜୟଲାଭ କରିଛନ୍ତି । ପାଖାପାଖି ୩ଲକ୍ଷ ଭୋଟ ବ୍ୟବଧାରରେ ମିମି ତାଙ୍କ ନିକଟ ପ୍ରତିଦ୍ୱନ୍ଦଙ୍କୁ ମାତ ଦେଇଛନ୍ତି । ଆଉ ନିର୍ବାଚନ ଜିତିବା ପରେ ତାଙ୍କ କ୍ରେଜ ଆହୁରି ବଢିଯାଇଛି ।

ସୋସିଆଲ ମିଡିଆରେ ତାଙ୍କୁ ସବୁଠୁ  ସୁନ୍ଦର ସାଂସଦର ଆଖ୍ୟା ଦିଆଯାଇଛି । ନିର୍ବାଚନୀ ପ୍ରଚାର କରିବା ସମୟରେ ସେ ହାତରେ ଗ୍ଲୋଭ୍ସ ପିନ୍ଧି ଲୋକଙ୍କ ସହ ହାତ ମିଳାଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ପରବର୍ତୀ ସମୟରେ ଏହାକୁ ନେଇ ବିବାଦ ମଧ୍ୟ ଉପୁଜିଥିଲା । ୩୦ ବର୍ଷୀୟ ଏହି ଅଭିନେତ୍ରୀ ୨୦୦୮ ମସିହାରେ ଆକ୍ଟିଙ୍ଗ କ୍ୟାରିୟର ଆରମ୍ଭ କରିଥିଲେ । ଏପରିକି ସେ ଫେମିନା ମିସ ଇଣ୍ଡିଆରେ ମଧ୍ୟ ଭାଗ ନେଇଥିଲେ । ୨୦୦୬ ମସିହାରେ କୋଲକାତାର ଆଶୁତୋଷ କଲେଜକୁ ଗ୍ରାଜୁଏସନ କପ୍ଲିଟ କରିଛନ୍ତି । ନିଜ ଫିଟନେସକୁ ନେଇ ସବୁବେଳେ ଆକ୍ଟିଭ ରୁହନ୍ତି ମିମି ଚକ୍ରବର୍ତୀ ।