କନକ ବ୍ୟୁରୋ : ଗୁରୁବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ବନ୍ଦିପୋରା ଜିଲ୍ଲା ଅନ୍ତର୍ଗତ ହାଜିନ୍ ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି।
ଆତଙ୍କବାଦୀଙ୍କ ଉପସ୍ଥିତି ସୂଚନା ପାଇବା ପରେ ନିରାପତ୍ତା ବଳ ଶାକୁରଦିନ ଗାଁ’ରେ କର୍ଡନ୍ ଏବଂ ତଲାସୀ ଅଭିଯାନ ଆରମ୍ଭ କରିଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ତଲାସୀ ଅଭିଯାନ ଚାଲିଥିବା ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ନିରାପତ୍ତା ବଳ ପାଲଟା ଗୁଳି ଚଳାଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/india-kashmir-pakistan-unrest_3e0b5278-1cf9-11e8-ba26-4f9ea6a8f74e.jpg)