କନକ ବ୍ୟୁରୋ : ବ୍ୟାଟିଂରେ ହିରୋ, ରିଭ୍ୟୁରେ ଜିରୋ । ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲିଙ୍କ ରିଭ୍ୟୁ ନେବା ନେଇ ଏକଥା କହିଛନ୍ତି ଇଂଲଣ୍ଡର ପୂର୍ବତନ କ୍ରିକେଟ୍ କ୍ୟାପଟେନ୍ ମାଇକେଲ୍ ଭନ୍ । ସେ ନିଜ ଟୁଇଟର ଜରିଆରେ ଏକଥା ଲେଖିଛନ୍ତି । ପଂଚମ ତଥା ଅନ୍ତିମ ଟେଷ୍ଟରେ କୋହଲିଂକ ୨ଟି ରିଭ୍ୟୁ ଅପିଲକୁ ତୃତୀୟ ଅମ୍ପାୟାର ଖାରଜ କରିବା ପରେ ଭନ୍ ଏକଥା କହିଛନ୍ତି ।
ଭନ୍ ଟୁଇଟରରେ ଲେଖିଛନ୍ତି କୋହଲି ବ୍ୟାଟିଂରେ ଏବେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ହେଲେ ରିଭ୍ୟୁ ନେବାରେ ସବୁଠୁ ଖରାପ ବିଚାରକ । ଗୋଟିଏ ପଟେ ପ୍ରଶଂସା, ଅନ୍ୟପଟେ ସମାଲୋଚନା ଥିବା ତାଂକର ଏହି ଟୁଇଟ୍ ଏବେ ବେଶ୍ ଚର୍ଚ୍ଚାର କାରଣ ପାଲଟିଛି । ଏହା ସହ ଚଳିତ ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଅନେକ ରିଭ୍ୟୁ ଅପିଲକୁ ଅମ୍ପାୟାର ଖାରଜ କରିଦେଇଥିବା ନଜିର ରହିଛି । ତେବେ ମାଇକେଲ୍ ଭନଙ୍କ ଏଭଳି ଟ୍ୱିଟ୍ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/virat-kohli-drs1.jpg)