‘କିଙ୍ଗ ଅଫ ପପ୍’ ମାଇକେଲ ଜ୍ୟାକ୍ସନଙ୍କ ଉପରେ ନିର୍ମିତ ହେବ ବାୟୋପିକ୍ । ଏହି ଫିଲ୍ସରେ ତାଙ୍କ ପୁରା ଜୀବନରେ ଘଟିଥିବା ସମସ୍ତ ଘଟଣା ଦେଖିବାକୁ ପାଇବେ ଦର୍ଶକ । ସୂଚନାନୁସାରେ, ପ୍ରଯୋଜକ ଗ୍ରାହମ୍ କିଙ୍ଗ ଏହି ବାୟୋପିକ୍ ନିର୍ମାଣ କରିବାକୁ ଯାଉଛନ୍ତି । ଗ୍ରାହମ କିଙ୍ଗ ଏହା ପୂର୍ବରୁ ଫିଲ୍ମ ‘ବୋହେମିଆନ ରାପସୋଡି’ ତିଆରି କରିଥିଲେ । ଯାହା ଓସ୍କାର ପୁରସ୍କାର ପାଇଥିଲା । ଏହି ଫିଲ୍ମଟି ବିଗତ ଦିନର ମ୍ୟୁଜିକ ସୁପରଷ୍ଟାର ଫ୍ରେଡି ମର୍କରୀ (୧୯୪୬-୧୯୯୧)ଙ୍କ ଜୀବନ ଉପରେ ଆଧାରିତ । ମାଇକେଲ ଜ୍ୟାକ୍ସନଙ୍କ ବାୟୋପିକ ପାଇଁ କାହାଣୀ ଲେଖୁଛନ୍ତି ଜନ ଲୋଗନ ।
ସୂଚନାଯୋଗ୍ୟ, କିଛି ମାସ ଆଗରୁ ମାଇକେଲ ଜ୍ୟାକ୍ସନଙ୍କ ଉପରେ ଏକ ବୃତ୍ତଚିତ୍ର ତିଆରି ହୋଇଥିଲା । ଏହା ରିଲିଜ ହେବା ପରେ ସେ ଜୀବନ ସାରା ଭୋଗିଥିବା ନାବାଳକ ଦୁଷ୍କର୍ମ ଅଭିଯୋଗ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲା । ସେ ୨୫ ଜୁନ ୨୦୦୯ ରେ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/11/MJonstagearmswide.jpg)
/kanak/media/post_attachments/wp-content/uploads/2019/11/michael-jackson-film-300x200.jpg)