ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତାକାଲି ଆସିବ ମାଟ୍ରିକ ଫଳ, ଜାଣନ୍ତୁ କେମିତି ଜାଣିବେ ଆପଣଙ୍କ ରେଜଲ୍ଟ ।

3,093

କନକ ବ୍ୟୁରୋ : ଆସନ୍ତାକାଲି ପ୍ରକାଶ ପାଇବ ୨୦୧୯ ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆସନ୍ତା ୨୧ତାରିଖ ସକାଳ ୯ଟାରେ ପ୍ରକାଶ ପାଇବ। ଦିନ ୧୧ଟା ସମୟରେ ବୋର୍ଡର ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇବ । ବୋର୍ଡର ୨ଟି ୱେବସାଇଟ www.bseodisha.ac.in, www.bseodisha.nic.in ରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

ଯେଉଁଠି ଇଣ୍ଟରନେଟ ସୁବିଧା ଉପଲବ୍ଧ ନଥିବ ସେଠାରେ ପରୀକ୍ଷାର୍ଥୀ ମାନେ ଏସଏମଏସ ଜରିଆରେ ପରୀକ୍ଷା ଫଳ ଜାଣିପାରିବେ । ପରୀକ୍ଷାଫଳ ଜାଣିବା ପାଇଁ ପରୀକ୍ଷାର୍ଥୀ ମାନେ ମୋବାଇଲରେ ଓଆର୧୦-ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ପଠାଇ ରେଜଲ୍ଟ ଜାଣିପାରିବେ । ଏଥି ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ।