ଆପଣଙ୍କ ମେମୋରି କାର୍ଡ କରପ୍ଟ ହୋଇଯାଇଛି କି ? ତେବେ ଆପଣାନ୍ତୁ ଏହି ଟ୍ରିକ୍, ରିକଭର୍ ହୋଇଯିବ ଆପଣଙ୍କ କାର୍ଡ ।

34

ଚଳିତ ସମାଜରେ ଅଧିକରୁ ଅଧିକାଂଶ ଲୋକ ସ୍ମାର୍ଟଫୋନର ବ୍ୟବହାର କରୁଛନ୍ତି । ଏହି ସ୍ମାର୍ଟଫୋନରେ ଲାଗୁଥିବା ମେମୋରି କାର୍ଡ ଏବେ ସମସ୍ତଙ୍କ ଜୀବନର ଏକ ଅଂଶ ପାଲଟିଗଲାଣି । ମେମୋରିକାର୍ଡରେ ଲୋକମାନେ ନିଜର ପୁରୁଣା ଫଟୋ, ଭିଡିଓ ସାଇତି ରଖିଥାନ୍ତି । କିନ୍ତୁ ବେଳେବେଳେ ମେମୋରି କାର୍ଡ ଫୁଲ୍ ହୋଇଯାଇଥାଏ , ତେଣୁ ସେଥିରୁ କିଛି ଡାଟା ଆମକୁ ଡିଲିଟ୍ କରିବାକୁ ପଡିଥାଏ । ଏପରିକି ବେଳେବେଳେ ମେମୋରି କାର୍ଡ କରପ୍ଟ ହୋଇଯାଇଥାଏ, ଭାଙ୍ଗି ଯାଇଥାଏ ଏବଂ ଏହା ଫଳରେ ଏଥିରେ ଥିବା ଡାଟା ଗୁଡିକ ମଧ୍ୟ ଡିଲିଟ୍ ହୋଇଯାଇଥାଏ ।

ତେବେ ଆମେ ଆପଣଙ୍କୁ କିଛି ପ୍ରକ୍ରିୟା ବିଷୟରେ କହୁଛୁ ଯାହାଦ୍ୱାରା ଏଥିରେ ଥିବା ଡାଟା ଆପଣଙ୍କ ଚିପକୁ ପୁଣି ଥରେ ଫେରିଆସିବ । ପ୍ରଥମେ ଆପଣ ଆପଣଙ୍କ କାର୍ଡକୁ ଭଲଭାବରେ ସଫା କରିଦିଅନ୍ତୁ । କାରଣ ବେଳେବେଳେ କାର୍ଡରେ ମଇଳା ଜମିଯିବା ଫଳରେ ଏହା କାମ କରିବା ବନ୍ଦ କରିଦେଇଥାଏ । ତେଣୁ ଏହାକୁ ଭଲଭାବରେ ସଫା କରି ପୁଣି ଥରେ ମୋବାଇଲରେ ଲଗାଇ ଦେଖନ୍ତୁ । ଏହା କାମ କରିବା ଆରମ୍ଭ କରିବ । ଏହା ସହ ମୋବାଇଲ ରିପାୟରିଂ ଦୋକାନରେ ଥିନାର ନାମକ ଏକ କେମିକାଲ ମିଳିଥାଏ, ଯାହାଦ୍ୱାରା ଆପଣ ମେମୋରି କାର୍ଡକୁ ସଫା କରିପାରିବେ । କିନ୍ତୁ ଯଦି କାର୍ଡଟି ଭାଙ୍ଗି ଯାଇଛି, ତେବେ ଡାଟାକୁ ପୁଣି ଥରେ ରିକଭର କରାଯାଇପାରିବ ନାହିଁ ।