କ’ଣ ଆପଣ ମଧ୍ୟ ମେଗଡୋନଲ୍ଡର ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି କି? ଯଦି ହଁ ତେବେ ଥରେ ଏହି ରିପୋର୍ଟ ଉପରେ ଥରେ ନଜର ପକାନ୍ତୁ ଆଉ ଖାଇବା କଥା ଚିନ୍ତା ବି କରିବେନି ।

89

କିଛି ଲୋକ ଅଛନ୍ତି ଯାହାଙ୍କୁ ମେଗଡୋନଲ୍ଡର ଖାଦ୍ୟ ଖାଇବା ବହୁତ ପସନ୍ଦ । ମେଗଡୋନଲ୍ଡର ପିଜା,ବର୍ଗର,ଆଇସକ୍ରୀମ୍ ଖାଇବାକୁ ଲୋକ ଯେମିତି ପାଗଳ । ଖାସ୍ କରି ଯୁବପିଢୀଙ୍କ ମଧ୍ୟରେ ଏହି କ୍ରେଜ୍ ଅଧିକ ଦେଖାଯାଏ । ଘରେ ବନ୍ଧୁବାନ୍ଧବଙ୍କ ଆଗମନ ହେଉ କିମ୍ବା ବନ୍ଧୁର ବାର୍ଥ ଡେ’ ପାର୍ଟି ମେଗଡୋନଲ୍ଡରୁ ଖାଦ୍ୟ ନ ଆସିଲେ ଯେମିତି ଦିନ ସରେନାହିଁ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ସୁସ୍ୱାଦୁ ଖାଦ୍ୟପେୟର କଳାସତ ବିଷୟରେ । ଆପଣଙ୍କୁ ଆମେ ଆଜି ଏପରି କିଛି କଥା କହିବାକୁ ଯାଉଛୁ ଯାହାକୁ ପଢିବା ମାତ୍ରେ ଆପଣ ମେଗଡୋନଲ୍ଡରେ ଖାଇବା ତ ଦୁରର କଥା ପାଖ ମାଡିବାକୁ ମଧ୍ୟ ଚିନ୍ତା କରିବେ ନାହିଁ ।

ଟ୍ୱିଟରରେ ‘ନିକ୍’ ନାମକ ଜଣେ ବ୍ୟକ୍ତି ମେଗଡୋନଲ୍ଡର କିଛି ଫଟୋକୁ ସେୟାର କରିଛନ୍ତି । ଯାହାକୁ ଦେଖିବା ମାତ୍ରେ ମେଗଡୋନଲ୍ଡ ଉପରୁ ଆପଣଙ୍କ ଭରଷା ଉଠିଯିବ । ଯାହା ଏବେ ଖୁବ୍ ଭାଇରାଲ ହେଉଛି ।ଦକ୍ଷିଣ ଆମେରିକାର ଲୁଇସିଆନାରେ ରହୁଥିବା ନିକ୍ ଟ୍ୱିଟରରେ ଏକ ମେଗଡୋନଲ୍ଡରେ ଆଇସକ୍ରୀମରେ ବ୍ୟବହୃତ ହେଉଥିବା ଏକ ଟ୍ରେ’ର ଫଟୋ ସେୟାର କରିଛନ୍ତି । ମେଗଡୋନଲ୍ଡରେ କାର‌୍ୟ୍ୟରତ ଥିବା ନିକ୍ ଏହି ଫଟୋକୁ ପ୍ରଘଟ କରିବା ପରେ ତାଙ୍କୁ ମେଗଡୋନଲ୍ଡରୁ ବାହାର କରାଯାଇଥିଲା ।