କନକ ବ୍ୟୁରୋ : ଶିଶୁକନ୍ୟାକୁ ବିଷ ଦେଇ ମାଆର ଆତ୍ମହତ୍ୟା । ମୟୂରଭଂଜ ଛତ୍ରାଆମ୍ବରେ ଅଭାବନୀୟ ଘଟଣା । କପ୍ତିପଦା ଥାନା ଅନ୍ତର୍ଗତ ଛତ୍ରାଆମ୍ବ ଗାଁରେ ନିଜ ୯ ମାସର ଶିଶୁକନ୍ୟାକୁ ବିଷ ଖୁଆଇ ନିଜେ ବିଷ ଖାଇ ଆତ୍ମହତ୍ୟା କରିଛି ମାଆ ।
ତେବେ ଶିଶୁକନ୍ୟାଟିର ମୃତ୍ୟୁ ହୋଇଥିବା ବେଳେ ମାଆ ଜେମା ସିଂଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ତେବେ ଡାକ୍ତରଖାନା ରିପୋର୍ଟ ଆଧାରରେ କପ୍ତିପଦା ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/death.jpg)