ଆଜିି ପବିତ୍ର ମହାଶିବରାତ୍ରୀ । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ । ମହାଶିବରାତ୍ରୀ ଉପଲକ୍ଷେ ଭୋଳାବାବାଙ୍କ ହର ହର ମହାଦେବ ଧ୍ୱନିରେ ଗୁଞ୍ଜରିତ ହେଉଛି ତ୍ରିଲୋକ । ଓଡିଶାର ପ୍ରମୁଖ ଶୈବପୀଠରେ ବଡ଼ି ଭୋରରୁ ବାବାଙ୍କ ଦର୍ଶନ ପାଇବା ପାଇଁ ଶ୍ରଦ୍ଧାଳୁ ଭିଡ଼ ଲଗାଇଛନ୍ତି । ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକର ଝିଙ୍କପଦାଠାରେ ଝିଙ୍କେଶ୍ୱର ଶୈବ ପୀଠର ସ୍ୱତନ୍ତ୍ରତା ରହିଛି । ଶିବରାତ୍ରୀରେ ଏହି ପୀଠର ମହାତ୍ମ୍ୟ ନେଇ ଅତୁଟ ବିଶ୍ୱାସ ରହିଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ନିଜର ମନସ୍କାମନା ପୁରଣ ପାଇଁ ଉପବାସ କରିବା ସହିତ ଜାଗରରେ ଦୀପ ଜାଳିଥାନ୍ତି । ଦୁଇ ଦିନ ଧରି ଏହି ଶୈବପୀଠରେ ବହୁ ଦୁରଦୁରାନ୍ତରୁ ଶ୍ରଦ୍ଧାଳୁ ଆସି ନିଜର ମାନସିକ ରଖିଥାନ୍ତି ।
ପୁରାଣ ଅନୁଯାୟୀ ପାତାଳର ଗର୍ଭ ଚିରି ଏଠାରେ ଶିବଲିଙ୍ଗ ଆବିର୍ଭୁତ ହୋଇଥିଲେ । ଏହି ସ୍ଥାନରେ ପ୍ରବଳ ଝିଙ୍କ ରହୁଥିବାରୁ ଏହାକୁ ଝିଙ୍କେଶ୍ୱର ଶୈବ ପୀଠ ନାମରେ ନାମିତ କରାଗଲା । ମହାଦେବଙ୍କ ଆବିର୍ଭାବ ପରେ ଏଠାରେ ତତ୍ କାଳୀନ ବିରାଟ ଗଡର ରାଜା ମନ୍ଦିର ନିର୍ମାଣ କରି ପୁଜା ଆରମ୍ଭ କରିଥିଲେ । ଝିଙ୍କେଶ୍ୱର ବାବା ଶ୍ର୍ରଦ୍ଧାଳୁ ମାନଙ୍କର ସମସ୍ତ ମାନସିକ ପୁରଣ କରୁଥିବା ବେଳେ ନିଃସନ୍ତାନ ଦମ୍ପତିଙ୍କ ପାଇଁ ଏହି ପୀଠ କୌଣସି ବରଦାନ ଠାରୁ କମ୍ ନୁହଁ । ନିସନ୍ତାନ ଦମ୍ପତିଙ୍କ ମାନସିକ ପରେ ସନ୍ତାନ ହେବା ଏହାର ଅଲୌକିକ ମହାତ୍ମ୍ୟ ବୋଲି ସାଧାରଣରେ ବିଶ୍ୱାସ ରହିଛି । /kanak/media/post_attachments/wp-content/uploads/2020/02/vlcsnap-2020-02-21-11h53m46s459-300x225.png)
ରୋଗୀଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟାରେ ସଂଗ୍ରାମ କରୁଥିବା ଭକ୍ତ ମାନେ ମଧ୍ୟ ବାବାଙ୍କ ଠାରେ ଦଣ୍ଡବତ ମାନସିକ ଜରିଆରେ ଫଳପ୍ରାପ୍ତି କରୁଥିବା ବିଶ୍ୱାସ ରହିଛି । ଏଠାରେ ଏକ କୂପ ରହିଛି ଯେଉଁଠୁ ବାବାଙ୍କ ପାଇଁ ଜଳ ଅଣାଯାଇ ଜଳାଭିଷେକ କରାଯାଇଥାଏ । ଉକ୍ତ କୂପଟି ୩୦ ଫୁଟ ତଳେ ଏକ ସୁଡଙ୍ଗ ସଦୃଶ ରହିଛି । କେବଳ ଜଣେ ଯାଇ ଆସିପାରିବା ଭଳି ମାତ୍ର ଦେଢଫୁଟ ଓସାରର ରାସ୍ତାରେ ଏହି କୂପଟି ରହିଛି । ଏହି କୂପରୁ ଜଳ ଆଣିବା ପବିତ୍ର ବୋଲି ମନାଯାଏ । ଜାଗର ଅବସରରେ ଏହି ଶୈବପୀଠରେ ମାନସିକଧାରୀ ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରି କୃତଃ କୃତଃ ହୋଇପଡନ୍ତି । ୧୫ ଦିନ ଧରି ମନ୍ଦିରରେ ମେଳା ଆୟୋଜିତ ହୁଏ । କପ୍ତିପଦା ଉପଖଣ୍ଡରେ ବାବା ଝିଙ୍କେଶ୍ୱର ଦେବଙ୍କୁ ଦର୍ଶନ କରିବା ପାଇଁ ଅନେକ ଭକ୍ତ ଆସିଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/JHINKESWARA.jpg)
/kanak/media/post_attachments/wp-content/uploads/2020/02/vlcsnap-2020-02-21-11h53m29s288-300x225.png)
/kanak/media/post_attachments/wp-content/uploads/2020/02/vlcsnap-2020-02-21-11h54m08s723-300x225.png)