ରାୟପୁର ରେଳ ଷ୍ଟେସନ ପାର୍କିଂ ସ୍ଥଳରେ ଅଘଟଣ ! ଜଳିଗଲା ୨ଶହରୁ ଅଧିକ ବାଇକ୍

39

କନକ ବ୍ୟୁରୋ : ଟ୍ରେନରେ ଦୂର ସ୍ଥାନକୁ ଯାତ୍ରା କରିବା ବେଳେ ଷ୍ଟେସନ ପାଖରେ ନିଜର ବାଇକ୍ ରଖିଥାନ୍ତି । ଏଥିପାଇଁ ରେଳବାଇ ପକ୍ଷରୁ ପାର୍କିଂ ବ୍ୟବସ୍ଥା କରାଯାଇଛି । ହେଲେ ପାର୍କିଂସ୍ଥଳ ବି ସୁରକ୍ଷିତ ନୁହେଁ । ତାର ଏକ ଚିତ୍ର ଏବେ ଆପଣଙ୍କ ସାମ୍ନାରେ । ହୁତ ହୁତ ହୋଇ ଜଳୁଛି ମୋଟର ସାଇକେଲ । ଗୋଟିଏ ଦୁଇଟି ନୁହେଁ ଜଳିଯାଇଛି ୨ଶହରୁ ଅଧିକ ବାଇକ୍ ।

ଏ ଚିତ୍ର ରାୟପୁର ରେଳ ଷ୍ଟେସନ ପାର୍କିଂ ସ୍ଥଳର । ଲୋକେ ନିଜ ଗାଡି ରଖି ଟ୍ରେନରେ ଯାତ୍ରା କରିଥିବା ବେଳେ ଜଳିଯାଇଛି ବାଇକ୍ । ନିଆଁ ଲାଗିବା ବେଳେ ପାର୍କିଂ ସ୍ଥଳରେ ପ୍ରାୟ ହଜାରେରୁ ଅଧିକ ଗାଡି ଥିବା ବେଳେ ନିଆଁକୁ ଆୟତ କରିବା ଦମକଳ ବାହିନୀ ପାଇଁ କାଠିକର ପାଠ ହୋଇଥିଲା ।

ଇନ୍ଧନ ଟାଙ୍କିରେ ଥିବା ପେଟ୍ରୋଲରେ ନିଆଁ ଲାଗି ଯିବାରୁ ନିକଟରେ ପଶିପାରିନଥିଲେ ଅଗ୍ନିଶମ ବିଭାଗ କର୍ମଚାରୀ । କୌଣସି ଦୁର୍ବୃତ ନିଆଁ ଲଗାଇଥିବା ଅନୁମାନ କରାଯାଉଛି । ଇନସ୍ୟୁରାନସ୍ ନଥିବା ଗାଡି ମାଲିକ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –