କନକ ବ୍ୟୁରୋ : ମେ ମାସ ପ୍ରଥମ ସପ୍ତାହରେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା (ମାଟ୍ରିକ୍) ସମେତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ପ୍ରକାଶ ପାଇବ। ଏଥି ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏପ୍ରିଲ୍ ୫ତାରିଖରୁ ଖାତା ମୂଲ୍ୟାୟନ ସରିଥିବା ବେଳେ ଏବେ ରାଜ୍ୟ ବାହାର ଏକ କମ୍ପ୍ୟୁଟର ଫାର୍ମରେ ମୂଲ୍ୟାୟନ ପରବର୍ତ୍ତୀ କାମ ଶେଷ ହୋଇ ଆସିଥିବା ସୂଚନା ମିଳିଛି।
ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ମାର୍ଚ ୨୪ରୁ ଆରମ୍ଭ ହୋଇ ଏପ୍ରିଲ୍ ୫ରେ ଶେଷ ହୋଇଥିଲା। ମୂଲ୍ୟାୟନ ପ୍ରକ୍ରିୟାକୁ ତ୍ବରିତ କରିବା ପାଇଁ ମୂଲ୍ୟାୟନ କେନ୍ଦ୍ରରୁ ସିଧାସଳଖ ଅନଲାଇନରେ ବୋର୍ଡ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ମାର୍କ ପୋଷ୍ଟିଂ ହୋଇଥିଲା। ପରେ ଏହାର ଯାଞ୍ଚ କରାଯାଇ କମ୍ପ୍ୟୁଟର ଫାର୍ମକୁ ପଠାଯାଇଥିଲା। ଦୀର୍ଘ ଉତ୍ତରମୂଳକ ଖାତା ମୂଲ୍ୟାୟନ ରାଜ୍ୟର ବିଭିନ୍ନ ମୂଲ୍ୟାୟନ କେନ୍ଦ୍ରରେ ଚାଲିଥିବା ବେଳେ ରାଜ୍ୟ ବାହରେ ଏକ ନିର୍ଦ୍ଦିଷ୍ଟ କମ୍ପ୍ୟୁଟର ଫାର୍ମରେ ଓଏମ୍ଆର୍ ମୂଲ୍ୟାୟନ ଚାଲିଥିଲା।
/kanak/media/post_attachments/wp-content/uploads/2018/04/602800-biharmatricresult2017.jpg)