ବିଜେପି ସାଂସଦ ପ୍ରାର୍ଥୀ ତଥା ଡ୍ରିମଗାର୍ଲ ହେମାମାଳିନୀଙ୍କ ସମ୍ପତି ୫ ବର୍ଷରେ ବଢ଼ିଛି ୩୪.୩୬ କୋଟି ଟଙ୍କା । ଏଥିସହ ହେମା ସର୍ବମୋଟ୍ ୧୦୧ କୋଟି ଟଙ୍କା ସମ୍ପତିର ମାଲିକାଣି ହୋଇଛନ୍ତି । ଏହି ସମ୍ପତି ଭିତରେ ରହିଛି ବଙ୍ଗଳା, ଅଳଙ୍କାର, ନଗଦ ଟଙ୍କା, ସେୟାର ଓ ବ୍ୟାଙ୍କ ଜମା ରାଶି । ନାମାଙ୍କନ ଦାଖଲ କଲାବେଳେ ସେ ଏହି ତଥ୍ୟ ତାଙ୍କ ପ୍ରାର୍ଥୀପତ୍ରରେ ଦାଖଲ କରିଛନ୍ତି । ୨୦୧୪ ରେ ହେମାଙ୍କ ଏହି ସମ୍ପତିର ପରିମାଣ ୬୬ କୋଟି ଟଙ୍କା ରହିଥିଲା । ସେହିପରି ହେମା ନାମାଙ୍କନ ପତ୍ରରେ ଦାଖଲ କରିଥିବା ତଥ୍ୟ ଅନୁସାରେ ତାଙ୍କ ସ୍ୱାମୀ ଧର୍ମେନ୍ଦ୍ର ସିଂ ଦେଓଲଙ୍କର ସମ୍ପତିର ପରିମାଣ ୧୨ କୋଟି ୩୦ ଲକ୍ଷ ରହିଛି ।
ଗତ ୫ ବର୍ଷରେ ତାଙ୍କ ସମ୍ପତ୍ତି ପରିମାଣ ୩୪ କୋଟି ବଢିଯାଇଛି । ତାଙ୍କର ସ୍ୱଅର୍ଜିତ ସଂପତ୍ତି ର ମୋଟ ମୁଲ୍ୟ ୧ ଅରବ ୧ କୋଟି ଟଙ୍କା,୧୧ ଲକ୍ଷ,୯୫ ହଜାର ୩୦୦ ଟଙ୍କା ରହିଛି । ବ୍ୟାଙ୍କ ଖାତାରେ ଜମା ନଗଦ ଏବଂ ଗହଣା ୧୩ କୋଟି ୨୨ ଲକ୍ଷ ୯୬ ହଜାର ୯୪୫ ଟଙ୍କା ରହିଛି । ଚଳିତ ନିର୍ବାଚନରେ ହେମାମାଳିନୀ ମଥୁରା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/PTI_Hema_Malini_speaks_at_a_session_during_Infocom_2018_in_Kolkata_061218.jpg)
/kanak/media/post_attachments/wp-content/uploads/2019/03/xx-3-300x148.jpg)