ସ୍ତ୍ରୀ କଲା ସ୍ୱାମୀ ବାହାଘର ! ଶଙ୍ଖା ସିନ୍ଦୂରକୁ ପରକରି ପ୍ରେମିକା ସହ ସ୍ୱାମୀକୁ ବାହାକରାଇଲେ ଆଦିବାସୀ ଝିଅ

ଚର୍ଚ୍ଚାରେ ମାଥିଲି ଅଚଂଳର ଗାୟତ୍ରୀ

3,662

କନକ ବ୍ୟୁରୋ: ବେଦିରେ ଚାରି ଦିଗପାଳଙ୍କୁ ସାକ୍ଷୀ ରଖି ଯାହା ପାଇଁ ସିନ୍ଦୁର ପିନ୍ଧିଥିଲେ ତାଙ୍କୁ ଆଉ ଜଣଙ୍କ ହାତରେ ବିବାହ ବନ୍ଧନରେ ପ୍ରେମିକା ସହ ଛନ୍ଦି ଦେଲେ । ସାତ ଜନମ ପାଇଁ ଯାହାର ସ୍ତ୍ରୀ ହୋଇଥିଲେ ଯାହା ସହ ସଂସାର କରିବା ପାଇଁ ଅଗ୍ନିଦେବତାଙ୍କୁ ସାକ୍ଷୀ ରଖିଥିଲେ ସ୍ୱାମୀଙ୍କ ଖୁସି ପାଇଁ ତାଙ୍କ ଜୀବନରୁ ଦୂରେଇ ଯିବାକୁ ନିଷ୍ପତି ନେଲେ । ଆଉ ପ୍ରେମିକା ହାତରେ ସ୍ୱାମୀଙ୍କ ହାତ ଛନ୍ଦି ଦେଇଛନ୍ତି ସ୍ତ୍ରୀ । ଏଭଳି ଜଣେ ଆଦିବାସୀ ମହିଳା ଏବେ ଚର୍ଚାରେ ଆସିଛନ୍ତି । କେବେ କେଉଁ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ପ୍ରେମିକା ହାତରେ ଟେକି ଦେବା ଘଟଣା କେହି ଶୁଣି ନଥିବେ । ଚଳଚିତ୍ର ପରି ଲାଗୁଥିବା ଏହି ଘଟଣା ସମ୍ପୂର୍ଣ୍ଣ ସତ ।

ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ସିଦେ୍ଧଶ୍ୱର ମନ୍ଦିରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏକ ମାସ ତଳେ ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲିର ଆଇତା ମାଡକାମୀଙ୍କ ସହ ବିବାହିତ ରାମ କବାସୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ । ବିବାହ ନ କରିବାକୁ ଆଇତା, ରାମଙ୍କ ନାଁରେ ମାଥିଲି ଥାନାରେ ଅଭିଯୋଗ କରିଥିଲେ । ତେବେ ସ୍ୱାମୀଙ୍କୁ ଜେଲ ହୋଇଯିବ ବୋଲି ଆଶଙ୍କା କରି ରାମଙ୍କ ପ୍ରଥମ ସ୍ତ୍ରୀ ଗାୟତ୍ରୀ କବାସୀ ପ୍ରେମିକା ସହ ସ୍ୱାମୀଙ୍କ ବୈଦିକ ରିତିନୀତିରେ ବିବାହ କରାଇଛନ୍ତି । ଗାଁ ର ଭଦ୍ର ବ୍ୟକ୍ତି ଓ ଉଭୟ ପରିବାରର କିଛି ସଦସ୍ୟଙ୍କ ଉପସ୍ଥିତିରେ ମନ୍ଦିରରେ ବିବାହ ହୋଇଛି । ତେବେ ଏହି ଘଟଣାକୁ ନେଇ ଏବେ ଚାରି ଆଡ ଚର୍ଚା ।