ଘରେ ପଶି ଛାତ୍ରୀଙ୍କୁ ଖୋଲା ଚେତାବନୀ । ମାଟ୍ରିକ୍ ପରୀକ୍ଷା ନଦେବାକୁ ଦେଲେ ଧମକ୍, ଜାଳି ଦେଲେ ପାଠ୍ୟପୁସ୍ତକ । ମୁଖା ପିନ୍ଧା ଦୁବୃୃର୍ତ୍ତଙ୍କ ଆତଙ୍କକୁ ନେଇ ଚର୍ଚ୍ଚା ।

749

କନକ ବ୍ୟୁରୋ : ପରୀକ୍ଷା ଦେଲେ ଜୀବନ ଯିବ । ଜଣେ ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କୁ ଏଭଳି ଧମକ ଦେଇଛନ୍ତି କିଛି ମୁଖାପିନ୍ଧା ଯୁବକ । ପରୀକ୍ଷା ଦେଲେ ଜୀବନରୁ ମାରିଦେବେ ବୋଲି କହିଛନ୍ତି । ଏଥିସହ ଛାତ୍ରୀ ଜଣଙ୍କର ବହି ଖାତାକୁ ମଧ୍ୟ ପୋଡି ଦେଇଛନ୍ତି । ତେବେ କେଉଁ କାରଣକୁ ନେଇ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସହପାଠୀମାନେ ଏଭଳି କରିଥିବା ସନ୍ଦେହ କରାଯାଉଛି ।

ଘରେ ପଶି ଛାତ୍ରୀଙ୍କୁ ଧମକ୍ । ବହି ପୋଡ଼ି ଦେଲେ ଚେତାବନୀ ଦେଲେ । ଜଣେ ମେଧାବୀ ଛାତ୍ରୀଙ୍କୁ ରୋକିବା ପାଇଁ ଦୁର୍ବୃତମାନେ କେଉଁସ୍ଥରକୁ ଯାଇପାରନ୍ତି ଇଏ ହେଉଛି ତାର ଚିତ୍ର । ମୁଖା ପିନ୍ଧି ଦୁର୍ବୃତମାନେ ବେଧଡକ୍ ଘରେ ପଶିବା ସହ ଆଖି ସାମ୍ନାରେ ଜାଳିଦେଇଛନ୍ତି ପାଠ୍ୟ ପୁସ୍ତକ । ବର୍ଷକର ପାଠ୍ୟପୁସ୍ତକ ଓ ପରିଶ୍ରମ କରି ତିଆରି କରିଥିବା ନୋଟ୍ ସବୁ କିଛି ପାଉଁଶ ହୋଇଯାଇଛି । ଆଉ ଏହା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଦୁର୍ବୃତମାନେ ଛାତ୍ରୀଙ୍କୁ ପରୀକ୍ଷା ନଦେବା ପାଇଁ ଏଭଳି ଏକ କାଣ୍ଡ ଘଟାଇଛନ୍ତି ।

ଆଉ ବଡ ପ୍ରଶ୍ନ ଉଠୁଛି, ଛାତ୍ରୀଙ୍କୁ ଘରେ ପଶି ଧମକ୍ ଦେଲା କିଏ ? ଧମକ୍ ଦେବା ପଛରେ କ’ଣ ଥାଇପାରେ କାରଣ ? ରାୟଗଡା ଚାନ୍ଦିଲି ଥାନା ଅନ୍ତର୍ଗତ ସିଙ୍ଗାପୁର ରୋଡ୍ ଅଂଚଳରେ ଘଟିଥିବା ଏହି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଏକ ଚର୍ଚ୍ଚାର ଖୋରାକ୍ ଯୋଗାଇଛି । ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଟାର୍ଗେଟ୍ କରି ଏଭଳି ଏକ କାଣ୍ଡ ଭିଆଇଛନ୍ତି ଦୁର୍ବୃତ । ସଂପୃକ୍ତ ଛାତ୍ରୀଙ୍କ ବାପା ଡାକ୍ତର ଓ ମାଆ ଶିକ୍ଷୟିତ୍ରୀ । ଘରେ ଛାତ୍ରୀ ଜଣକ ଏକା ଥିବା ବେଳେ ତିନିଜଣ ମୁଖା ପିନ୍ଧା ଦୃବୃର୍ତ୍ତ ଘଟାଇଛନ୍ତି ଏହି ଘଟଣା । ବହି ଖାତା ପୋଡିବା ପରେ ବେକରେ ଛୁରୀ ଲଗାଇ ଧମକ ଦେଇ ଯାଇଛନ୍ତି ପରୀକ୍ଷା ଦେଲେ ଜୀବନରୁ ମାରିଦେବେ ।

ରାୟଗଡ଼ାର ଏହି ଘଟଣା ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆଣିଛି ।
– ପାଠପଢ଼ାରେ ପ୍ରତିଦ୍ୱନ୍ଦ୍ୱିତାକୁ କେନ୍ଦ୍ର କରି ଦିଆଯାଇଛି କି ଧମକ୍ ?
– ପଛରେ ପଡ଼ିଯିବା ଭୟରେ ଛାତ୍ରୀଙ୍କୁ ଡରେଇବାକୁ ଉଦ୍ୟମ ହୋଇଛି କି ?
– ପାରିବାରିକ ଶତ୍ରୁତା ନଥାଇ କାହିଁକି ଜଣେ ଛାତ୍ରୀଙ୍କୁ ଏମିତି ଧମକ୍ ଦିଆଯିବ ?