କନକ ବ୍ୟୁରୋ: ଆଉ ଦିନ କେଇଟାରେ ଭାରତ ଓ ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ତୃତୀୟ ଦିନିକିଆ ବାରବାଟୀ ଷ୍ଟାଡିଅମରେ ଖେଳାଯିବ । ଏନେଇ ପ୍ରସ୍ତୁତି ଚାଲିଥିବା ବେଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ଷ୍ଟାଡିଅମରେ ଦେଖିବାକୁ ମିଳିଛି । ବାରବାଟୀରେ ଚାଲିଛି ବାହାଘର ଭୋଜି । ଏକ ଅନ୍ତର୍ଜାତୀୟ ଷ୍ଟାଡିଅମରେ ଅଳ୍ପ ଦିନ ପରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ହେବାକୁ ଥିବା ବେଳେ ଏଭଳି ଭୋଜି ଭାତକୁ ନାପସନ୍ଦ କରିଛନ୍ତି କିଛି କ୍ରୀଡା ସମୀକ୍ଷକ ।
ଏନେଇ ବିସିସିଆଇର କଡା ଗାଇଡ ଲାଇନ୍ ରହିଛି । ତେନ୍ଦୁଲକର ଇଣ୍ଡୋର ହଲ୍ ବର୍ଷା ସମୟରେ ଖେଳାଳିଙ୍କ ଅଭ୍ୟାସ ପାଇଁ ତିଆରି ହୋଇଥିବା ବେଳେ ସେଠାରେ ଭୋଜିଭାତର ଆସର ଜମାଇବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି । ଏହି ପ୍ରସଙ୍ଗରେ ଓସିଏ ସଭାପତି ପଙ୍କଜ ମହାନ୍ତି ପ୍ରତିକ୍ରିୟା ରଖିବା ସହ ମ୍ୟାଚ ପୂର୍ବରୁ ଏସବୁ କାର୍ଯ୍ୟକ୍ରମ ସରିଯିବ ଏବଂ ଏହା ମ୍ୟାଚର ପ୍ରସ୍ତୁତି କିମ୍ବା ପରିଚ୍ଛନ୍ନତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/Screen-Shot-2019-12-13-at-8.18.56-AM.png)
/kanak/media/post_attachments/wp-content/uploads/2019/12/Screen-Shot-2019-12-13-at-8.18.50-AM.png)