କନକ ବ୍ୟୁରୋ : ସମୁଦ୍ରପଥରେ ବାହ୍ୟଶତ୍ରୁଙ୍କ ଆକ୍ରମଣ ଏବଂ ଅନୁପ୍ରବେଶ ରୋକିବା ପାଇଁ ପ୍ରତିଷ୍ଠା ହୋଇଛି ସାମୂଦ୍ରିକ ଥାନା । ହେଲେ ବାହ୍ୟଶତ୍ରୁଙ୍କ ଉପରେ ନଜର ରଖିବ କଣ ନିଜେ ଅସୁରକ୍ଷିତ ସାମୁଦ୍ରିକ ଥାନା । ଭିତ୍ତିଭୂମି ଅଭାବ ସାଙ୍ଗକୁ ଆବଶ୍ୟକୀୟ କର୍ମଚାରୀ ନଥିବାରୁ ସୁରକ୍ଷା ଦେବାକୁ ପ୍ରତିଷ୍ଠା ହୋଇଥିବା ସାମୁଦ୍ରିକ ଥାନା ଏବେ ଜରାଜିର୍ଣ୍ଣ । ଫଳରେ ଅନୁପ୍ରବେଶକାରୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ଲୋକ ଚିନ୍ତାରେ ପଡିଯାଇଛନ୍ତି ।

Advertisment

କେନ୍ଦ୍ରାପଡା ଜିଲ୍ଲାର ପୂର୍ବପଟକୁ ଘେରି ରହିଛି ବଙ୍ଗୋପସାଗର । ସମୁଦ୍ରପଥ ଦେଇ ଆକ୍ରମଣ ଓ ଅନୁପ୍ରବେଶ ରୋକିବା ପାଇଁ ଜିଲ୍ଲାର ଉପକୂଳ ଅଂଚଳରେ ସରକାର ପ୍ରତିଷ୍ଠା କରିଛନ୍ତି ୩ଟି ସାମୁଦ୍ରିକ ଥାନା । ମହାକାଳପଡାର ଜମ୍ବ , ତନ୍ତିଆପାଳ ଏବଂ ରାଜନଗର ବ୍ଲକ ତାଳଚୁଆରେ ଥାନା ରହିଛି । ହେଲେ ଥାନାରେ ଆବଶ୍ୟକୀୟ କର୍ମଚାରୀ ଓ ଉପକରଣ ନଥିବାରୁ ସୁରକ୍ଷା ଯୋଗାଇବାରେ ବିଫଳ ସାମୁଦ୍ରିକ ଥାନା । ଯାହାର ଫାଇଦା ଉଠାଇ, ଜିଲ୍ଲାର ଅନେକ ଅଂଚଳରେ ଅନୁପ୍ରବେଶକାରୀ ବସବାସ କରୁଛନ୍ତି । ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ଜିଲ୍ଲାରେ ପ୍ରବେଶ କରି ଲୁଣା ଜଙ୍ଗଲ କାଟି ଚାଷ କାରିବା ସହ ଚିଙ୍ଗୁଡିଘେରି କରୁଥିବା ଅଭିଯୋଗହୋଇଛି ।

publive-image

କେନ୍ଦ୍ରାପଡାର ସାମୁଦ୍ରିକ ଥାନାରେ କର୍ମଚାରୀ ଅଭାବ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିୟମ ଅନୁସାରେ ପ୍ରତି ସାମୁଦ୍ରିକ ଥାନାରେ ଜଣେ ଇନ୍ସପେକ୍ଟର, ୬ଜଣ ସବ୍ ଇନ୍ସପେକ୍ଟର, ୬ ଜଣ ଏଏସଆଇ , ୪୮ କନେଷ୍ଟବଳ , ୧୬ ଜଣ ହାବିଲଦାର, ୪ଜଣ ଡ୍ରାଇଭରଙ୍କୁ ମିଶାଇ ସମୁଦାୟ ୮୧ ଜଣ କର୍ମଚାରୀ ଆବଶ୍ୟକ । ସେହିପରି ସମୁଦ୍ରରେ ପେଟ୍ରୋଲିଙ୍ଗ ପାଇଁ ୩ ଗୋଟି ସ୍ପିଡ୍ ବୋଟର ଆବଶ୍ୟକତା ମଧ୍ୟ ଏହି ବୋଟ ନିମନ୍ତେ ୨୬ ଜଣ କର୍ମଚାରୀ ଆବଶ୍ୟକ ଥିବା ସମୟରେ ମହାକାଳପଡା ଜମ୍ବୁ ସାମୁଦ୍ରିକ ଥାନାରେ ଅଛନ୍ତି ମାତ୍ର ୧୭ ଜଣ । ସେହିପରି ସମସ୍ଥ ତିନୋଟି ଯାକ ସାମୁଦ୍ରିକ ଥାନାରେ ୮୧ କର୍ମଚାରୀ ଆବଶ୍ୟକ ଥିବା ସମୟରେ ଜମ୍ବୁ ଥାନାରେ ଜଣେ ଆଇଆଇସିଙ୍କୁ ମିଶାଇ ଅଛନ୍ତି ମାତ୍ର ୧୨ ଜଣ । ତନ୍ତିଆପାଳ ସାମୁଦ୍ରିକ ଥାନାରେ କଣେ ଆଇଆଇସିଙ୍କୁ ମିଶାଇ ଅଛନ୍ତି ମାତ୍ର ୧୦ ଜଣ । ସେହିପରେ ତାଳଚୁଆ ସାମୁଦ୍ରିକ ଥାନାରେ ଅଛନ୍ତି ମାତ୍ର ୮ ଜଣ କର୍ମଚାରୀ । ଜମ୍ବୁ ସାମୁଦ୍ରିକ ଥାନାରେ ୩ ଟି ସ୍ପିଡ୍ ବୋଟ ଥିଲେ ମଧ୍ୟ ଗତ ବର୍ଷ ଗୋଟିଏ ବୋଟ ଅନ୍ୟ କୈାଣସି ସ୍ଥାନକୁ ଯାଇ ଆଜି ପର୍ଯ୍ୟନ୍ତ ଫେରିନି । ସେହିପରି ଆସାମରେ ଏନଆରସି ରିପୋର୍ଟ ପରେ ସୃଷ୍ଟି ହୋଇଥିବା ସମସ୍ୟାକୁ ନେଇ ଅନୁପ୍ରବେଶ କାରୀମାନଙ୍କର ଓଡିଶା ଅସିବାର ସମ୍ଭାବନା ଯଥେଷ୍ଟ ଥିବାରୁ ଆବଶ୍ୟକ ଭିତ୍ତିଭୁମି ଏବଂ କର୍ମଚାରୀ ଅଭାବରେ ଘାଂଟି ହେଉଥିବା ସାମୁଦ୍ରିକ ଥାନା ଗୁଡିକ ଏହାର କିପରି ସମ୍ମୁଖୀନ ହେବ ତାହା ସ୍ଥାନୀୟ ଲୋକମାନଙ୍କର ଚିନ୍ତା ବଢାଇ ଦେଇଛି ।

ବିଭିନ୍ନ ସମସ୍ୟାରେ ଘାଂଟି ହେଉଥିବା ସାମୁଦ୍ରିକ ଥାନା ଗୁଡିକ ବାହ୍ୟଶତ୍ରୁ କିମ୍ବା ଅନୁପ୍ରବେଶ କାରୀ ମାନଙ୍କୁ ପ୍ରତିହତ କରିବା ନିମନ୍ତେ କେତେ ସକ୍ଷମ ହୋଇପାରିବ ତାହା ଦେଖିବାକୁ ବାକିରହିଲା ।