ମାରିକଙ୍କ ରାଜନୀତି ପ୍ରବେଶକୁ ନେଇ ପ୍ରତିକ୍ରିୟା ରଖିଲେ ଅନାଦି

13

ପୁଣି ଚର୍ଚ୍ଚାକୁ ଆସିଲା ମାରିକ-ଅନାଦି ବିବାଦ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରେ ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକ ଯୋଗ ଦେଉଥିବାନେଇ ସୂଚନା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଅନାଦି ସାହୁ ସେ କହିଛନ୍ତି ମାରିକ ଝାଡଖଣ୍ଡ ଚାଲିଗଲେ ଓଡିଶା ମାରିକ ମୁକ୍ତ ହେବ । ଏପରିକି ଡି-ବ୍ରଦର୍ସ ଲିଙ୍କରୁ ବର୍ତିବା ପାଇଁ ମାରିକ ରାଜନୀତିକୁ ଢାଲ କରୁଥିବା ଅଭିଯୋଗ କରିଛନ୍ତି ଅନାଦି ସାହୁ ,କହିଛନ୍ତି ଡି-ଲିଙ୍କରେ ମାରିକଙ୍କୁ ପୁଲିସ ନୋଟିସ କରିବା ସମ୍ଭାବନା ଥିବା ତାଙ୍କ ପାଖରେ ଖବର ଅଛି । ତେଣୁ ପୁଲିସ ତଦନ୍ତରୁ ବର୍ତିବା ପାଇଁ ସଂଜୀବ ମାରିକ ରାଜନୀତିରେ ଯୋଗ  ଦେଉଥିବା ସେ ଅଭିଯୋଗ କରିଛନ୍ତି । କିଛିଦିନ ତଳେ ମାରିକଙ୍କ ଡି-ବ୍ରଦର୍ସ ଲିଙ୍କ ଅଭିଯୋଗ ଆଣିଥିଲେ ଅନାଦି ସାହୁ । ନିଜ ପୁଅ ବାହାଘର ପାଇଁ ବେନାମୀ ବ୍ୟାଙ୍କ ଆକାଉଂଟ ଜରିଆରେ ଧଳସାମନ୍ତ ଭାଇଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଥିବା ନେଇ ସେ ସଂଗୀନ ଅଭିଯୋଗ କରିଥିଲେ । ଏହାପରେ ଅନାଦୀଙ୍କ ବିରୋଧରେ ଅପରାଧ ମାମଲା ସହ ମାନହାନୀ ମକଦ୍ଦମା କରିଛନ୍ତି ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକ । ମାମଲା ବିଚାରାଧୀନ ଥିବାବେଳେ ପୁଣି ମାରିକଙ୍କ ଜେଏମଏମରେ ଯୋଗଦାନକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ଅନାଦି ।