ନିଲାମ ହେଲା ମରୀଚିକୁଣ୍ଡର ପାଣି

22

ରୁକୁଣା ରଥ ଦିନକ ପୂର୍ବରୁ ଅର୍ଥାତ୍ ଗତକାଲି ପରମ୍ପରା ଅନୁସାରେ ମଧ୍ୟରାତ୍ରୀରେ ମରୀଚି କୁଣ୍ଡର ପାଣି ନିଲାମ ହୋଇଛି । ସନ୍ତାନ ଆଶାୟୀ ମହିଳାମାନେ ଏହି ପବିତ୍ର କୁଣ୍ଡର ପାଣି ନିଲାମ ଧରି ଏଥିରେ ସ୍ନାନ କରିବା ସହ ପ୍ରଭୁ ମୁକ୍ତେଶ୍ୱରଙ୍କୁ ଦର୍ଶନ କରିଛନ୍ତି । ଚୈତ୍ର ମାସ ସପ୍ତମୀ ତିଥିର ମଧ୍ୟରାତ୍ରିରେ ମରୀଚି କୁଣ୍ଡର ପବିତ୍ର ପାଣିରେ ସ୍ନାନ କଲେ ନିଃସନ୍ତାନ ମହିଳାଙ୍କ ସନ୍ତାନ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି ।