ନକ୍ସଲ ପାଲଟିଛନ୍ତି ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ! ମାଓବାଦୀ କରୁଛନ୍ତି ମାରାତ୍ମକ ଷଡଯନ୍ତ୍ର, ଚିନ୍ତାରେ ସୁରକ୍ଷାବାହିନୀ ।

32

ଆମ ଦେଶରେ ଏବେ ମାଓବାଦୀମାନେ ବେଶ ଚାପରେ ଅଛନ୍ତି । ସୁରକ୍ଷା ବାହିନୀମାନଙ୍କ ବାରମ୍ବାର ଅପରେସନ ଯୋଗୁଁ ଅନେକ ମାଓ ନେତା ନିହତ ହେଲେଣି ବା ଗୁରୁତର ଆହତ ଅଛନ୍ତି । ଏଣୁ ସଂଗଠନ ଟିକିଏ ଦୁର୍ବଳ ହୋଇଯାଇଛି । ଏଣୁ ମାଓ ସଂଗଠନ ଏବେ ଏକ ନୂଆ ରଣକୌଶଳ ଉପରେ କାର୍ୟ୍ୟ କରୁଛି । ତାହା ହେଉଛି ପୁଣି ଥରେ ବାଳ ମୁକ୍ତି ବାହିନୀ ଗଠନ କରିବା । ଜାତିସଂଘ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରୁ ଏହା ଜଣାପଡିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ମାଓ ବାହିନୀକୁ ପୁଣି ଥରେ ଶକ୍ତିଶାଳୀ କରି ଗଢିବା ଏହାର ଲକ୍ଷ୍ୟ । ଏହି ଯୋଜନା ଅନୁସାରେ ମାତ୍ର ୬ ବର୍ଷ ବୟସରେ ବାଳକମାନଙ୍କୁ ମାଓ ଦର୍ଶନ ସହ ପରିଚିତ କରାଯାଏ । ସାଧାରଣତଃ ଅନାଥ ଓ ଗରିବ ଶିଶୁମାନଙ୍କୁ ଏଥିପାଇଁ ବଛାଯାଏ ।

୧୨ ବର୍ଷ ବୟସ ବେଳକୁ ସେମାନଙ୍କୁ ବନ୍ଧୁକ ଓ ଅନ୍ୟାନ୍ୟ ଅସ୍ତ୍ର ତାଲିମ ଦିଆଯାଏ । ତାଲିମ ପରେ ସେମାନଙ୍କୁ ଲଢିବା ପାଇଁ ଛାଡିଦିଆଯାଏ । ସୁରକ୍ଷା ବିଶେଷଜ୍ଞଙ୍କ ମତରେ ନକ୍ସଲମାନେ ପୁଣି ଥରେ ବାଳ ବାହିନୀ ଗଢିବାରେ ସଫଳ ହେଲେ ତାହା ସୁରକ୍ଷାବାହିନୀ ପାଇଁ ବେଶ କଷ୍ଟକର ହୋଇପଡିବ । କାରଣ ଶିଶୁ ଓ ବାଳକମାନଙ୍କ ଉପରକୁ ଗୁଳିଚଳାଇବା ଆମର ସୁରକ୍ଷା ବାହିନୀ ଓ ସରକାରଙ୍କ ପାଇଁ ନୈତିକତା ଦୃଷ୍ଟିକୋଣରୁ କଷ୍ଟକର ହୋଇପଡିବ । ମାନବ ଅଧିକାର କଥା ମଧ୍ୟ ଉଠିବ । ଅନ୍ତର୍ଜାତୀୟ ସ୍ତରରେ ଦେଶ ନିନ୍ଦିତ ହେବ । ନକ୍ସଲ ବାହିନୀ ଯଦି ଶିଶୁମାନଙ୍କୁ ଆଗରେ ରଖନ୍ତି ତେବେ ଆମ ସୁରକ୍ଷା ବାହିନୀ ପ୍ରତି ଲଢିବା ବେଶ କଷ୍ଟକର ହୋଇପଡିବ । ବାଳ ସୁରକ୍ଷା ବାହିନୀ ଗଠନ ନକ୍ସଲ ମାନଙ୍କର ଏକ ବଡ଼ ଯୋଜନା ଭାବେ ଗଣାଯାଉଛି ।