ଶୀତଦିନେ ଗରମ ଜଳରେ ଗାଧୋଇବାକୁ ଭଲ ପାଆନ୍ତି କି ? ସାବଧାନ, ହୋଇପାରେ ସାଂଘାତିକ ରୋଗ ?

96

ଶୀତଦିନେ ସାଧାରଣତଃ ଥଣ୍ଡା ପାଣିକୁ ଲୋକଙ୍କର ପ୍ରବଳ ଭୟ । ଏଭଳିସ୍ଥଳରେ ଥଣ୍ଡା ପାଣିରେ ଗାଧୋଇବାକୁ ଅନେକ ପସନ୍ଦ କରନ୍ତି ନାହିଁ । ଏପରିକି କିଛି ଶୀତଦିନେ ଗାଧୋଇନଥାନ୍ତି । ଏପରିକି କିଛି ଲୋକ ଶୀତଦିନେ ଥଣ୍ଡା ପାଣି ବଦଳରେ ଗରମ ପାଣିରେ ଗାଧୋଇବାକୁ ଭଲ ପାଇଥାନ୍ତି । ପାଣିକୁ ଗରମ କରିବା ପାଇଁ ଘରେ ଗିଜର କିମ୍ବା ଲୁହାରଡର ୱାଟର ହିଟର ବ୍ୟବହାର କରିଥାନ୍ତି । ଗରମ ଜଳରେ ଗାଧୋଇବା ଦ୍ୱାରା ଥଣ୍ଡାରୁ ରକ୍ଷା ପାଇବେ ସତ କିନ୍ତୁ ଏହା ବିଭିନ୍ନ ରୋଗକୁ ମଧ୍ୟ ଆମନ୍ତ୍ରଣ କରିଥାଏ । ଶୀତଦିନେ ଯଦି ଗରମ ପାଣିରେ ଗାଧୋଇବା ଅଭ୍ୟାସ ରଖିଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହି ଗରମ ଜଳରେ ଗାଧୋଇବା ଦ୍ୱାରା ଚର୍ମ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ ।

images• ଅଧିକ ଗରମ ଜଳରେ ଗାଧୋଇଲେ ଚର୍ମ ସଙ୍କୁଚିତ ହୋଇଯାଏ ଏବଂ ଶୁଖିଯାଏ,ଯାହା ଦ୍ୱାରା ଚର୍ମରେ କୁଣ୍ଡାଇ ହେବା ଭଳି ରୋଗ ସମସ୍ୟା ଦେଖାଯାଏ ।

• ଗରମ ଜଳରେ ଗାଧୋଇଲେ କେଶ ଝଡ଼ିବା ସହିତ ରୂପି ମଧ୍ୟ ଅଧିକ ହୋଇଥାଏ ।

• ଏକ ଗବେଷଣା ଦ୍ୱାରା ଜଣା ପଡ଼ିଛିଯେ ଗରମ ଜଳରେ ଗାଧୋଇଲେ ହୃଦରୋଗ ହେବାର ଆଶଙ୍କା ରହିଥାଏ । ଏହାଛଡା ଗରମ ଜଳରେ ଗାଧୋଇବା ଦ୍ୱାରା ଆଖି ଲାଲ ହୋଇଯାଏ ଏବଂ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗରେ ଦରଜ ଅନୁଭବ ହୁଏ ।

• ଗରମ ଜଳରେ ମୁଣ୍ଡ ଧୋଇଲେ କଫ ବଢିଯାଏ ଏବଂ କାଶ, ଜ୍ୱର ଓ ମୁଣ୍ଡବ୍ୟଥା ଭଳି ସମସ୍ୟା ଦେଖାଯାଏ ।