ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ! ଅମିତ ଶାହାଙ୍କ ଚରିତ୍ରରେ ନଜର ଆସିବେ ମନୋଜ ଜୋଶୀ ।

118

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣ ହେଉଥିବାର ଖବର ଘୋଷଣା ହେବା ପରେ ଫିଲ୍ମକୁ ନେଇ ସବୁଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଫିଲ୍ମରେ କେଉଁ ଚରିତ୍ରରେ କିଏ ଅଭିନୟ କରିବେ ତାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗିରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଚରିତ୍ରରେ ବିବେକ ଓବରୟ ଅଭିନୟ କରୁଥିବା ପୂର୍ବରୁ ଜଣାପଡିଥିବାବେଳେ ଜନସାଧାରଣ କିନ୍ତୁ ମୋଦିଙ୍କ ରୂପରେ ବିବେକ ଅଭିନୟ କରିବାକୁ ନାପସନ୍ଦ କରିଛନ୍ତି । ତେବେ ଏହାରି ଭିତରେ ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅମିତ ଶାହାଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ନରେନ୍ଦ୍ର ମୋଦିଙ୍କ ବାୟୋପିକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ନାମୀଦାମୀ ଅଭିନେତା ମନୋଜ ଜୋଶୀଙ୍କୁ ଚୟନ କରାଯାଇଥିବା ଜଣାପଡିଛି । ଏପରିକି ଅମିତ ଶାହାଙ୍କ ରୂପରେ ମନୋଜ ଜୋଶୀଙ୍କ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି । ତେବେ ଶାହାଙ୍କ ଲୁକ୍ ସାମ୍ନାକୁ ଆସିବା ପରେ ଟ୍ୱିଟରରେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ଦର୍ଶକ । ତେବେ କିଥି ଲୋକ ଜୋଶୀଙ୍କୁ ଶାହାଙ୍କ ଚରିତ୍ରରେ ସମର୍ଥନ କରିଥିବା ବେଳେ ଅଧିକାଂଶ ଲୋକ ସୌରଭ ଶୁକ୍ଳାଙ୍କୁ ଏହି ଚରିତ୍ର ପାଇଁ ସମର୍ଥନ କରୁଛନ୍ତି । ତେବେ ନିର୍ବାଚନ ପୂର୍ବରୁ ଏହି ଚଳଚ୍ଚିତ୍ର ରିଲିଜ ହେବାର ଯୋଜନା ରହିଥିବା ବେଳେ ଏହାର ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଥିବା ଜଣାପଡିଛି ।