ଦୀପାବଳିରେ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବେ ଖଟ୍ଟର । ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ କାଲି ନେବେ ଶପଥ !

263

କନକ ବ୍ୟୁରୋ: ପୁଣି ଥରେ ହରିୟାଣା ମୁଖ୍ୟମନ୍ତ୍ରୀ ହେବେ ମନୋହର ଲାଲ୍ ଖଟ୍ଟର । ଲଗାତାର ୨ୟ ଥର ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ମନୋହର । ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ଖଟ୍ଟର । ଆସନ୍ତାକାଲି ଅର୍ଥାତ ଦୀପାବଳିରେ ଶପଥ ନେଇପାରନ୍ତି ମନୋହର । କାଲି ଅପରାହ୍ଣ ୨ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ମନୋହର ।

ତେବେ ହରିୟାଣାରେ ସରକାର ଗଢିବାକୁ ବିଜେପି ରଣନୀତି ବଦଳାଇଲାଥିଲା । ଗତକାଲି ବିଜେପି ଚାଣକ୍ୟ ଅମିତ ଶାହାଙ୍କ ଗୋଟି ଚାଳନା ଫଳରେ ସରକାରରେ ସାମିଲ ହେବାକୁ ଯାଉଛି ଜନନାୟକ ଜନତା ପାର୍ଟି (ଜେଜେପି) । ତେବେ ସରକାର ଗଠନ ନେଇ କାଲି ଅମିତ ଶାହା ବଡ ଘୋଷଣା କରିଥିଲେ । ହରିୟାଣାରେ ଅଧା ତମର, ଅଧା ଆମର ନୀତି ଆପଣେଇ ବିଜେପି ହାତକୁ ପୁଣି କ୍ଷମତା ଫେରାଇଥିଲେ ଶାହା । ଗତକାଲି ଜେଜେପି ସହ ବୈଠକ ପରେ ଜେଜେପି ମୁଖ୍ୟ ଦୁଷ୍ମ୍ୟନ୍ତଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଯାଚି ବିଜେପି ପୁଣି ଥରେ ସରକାର ଗଢିବାକୁ ସୁତ୍ର ପକାଇଥିଲା ।

ତେବେ ଆସନ୍ତାକାଲି ହରିୟାଣାରେ ଗଢା ହେବାକୁ ଥିବା ନୂଆ ସରକାରରେ ନିରୋଳା ବିଜେପି ନୁହେଁ ଜେଜେପି ମିଶିଛି । ନୂଆ ସରକାରରେ ମନୋହର ଲାଲ ଖଟ୍ଟର ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ସହ ଜେଜେପି ନେତା ଦୁଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।