ଯେଉଁ ବୟସରେ ଲୋକ ଆରାମ କରନ୍ତି କିମ୍ବା ନିଜ କାମ ଅନ୍ୟଙ୍କ ଦ୍ୱାରା କରାନ୍ତି, ସେହି ବୟସରେ ମନ କୈାର ଯୁବକଙ୍କ ଭଳି ନା କେବଳ କାମ କରନ୍ତି ବରଂ ନିଜର ଫିଟନେସ୍ କାରଣରୁ ମେଡାଲ ବି ଜିତୁଛନ୍ତି । ବିଶେଷ କଥା ଏହା ଯେ, ମନ କୈାରଙ୍କ ବୟସ ୧୦୨ ବର୍ଷ ଓ ସେ ନିକଟରେ ଏକ ରେସ୍ ଜିତି ସାବ୍ୟସ୍ତ କରିଦେଇଛନ୍ତି କି ବୟସ କେବଳ ଏକ ସଂଖ୍ୟା ମାତ୍ର । ମନ କୈାର ୯୩ ବର୍ଷ ବୟସରେ ନିଜ କ୍ୟାରିୟରର ଆରମ୍ଭ କରିଛନ୍ତି ଓ ନିକଟରେ ସେ ବିଶ୍ୱ ମାଷ୍ଟର ଆଥଲେଟିକ୍ସରେ ୨୦୦ ମିଟର ରେସ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ସୂଚନାଯୋଗ୍ୟ, ଏହି ରେସ୍ ରେ ୧୦୦ରୁ ୧୦୪ ବର୍ଷ ବୟସର ଲୋକଙ୍କ ପାଇଁ ଆୟୋଜନ କରାଯାଇଥିଲା । ସୋଶିଆଲ ମିଡିଆରେ ମଧ୍ୟ ମନ କୈାରଙ୍କ ବହୁତ ଚର୍ଚ୍ଚା ହେଉଛି । ସେ ଏହି ରେସ୍ ୩ ମିନିଟ୍ ୧୪ ସେକେଣ୍ଡରେ ପୁରା କଲେ ଓ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିନେଲେ । ଏହି ପ୍ରତିଯୋଗିତାର ଆୟୋଜନ ସ୍ପେନରେ କରାଯାଇଥିଲା । ଏହା ପୂର୍ବରୁ ମନ କୈାର ତାଙ୍କ ୭୮ ବର୍ଷୀୟ ପୁଅ ଠାରୁ ଏହି ରେସ୍ ର ପ୍ରେରଣା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/mankaurl.jpg)
/kanak/media/post_attachments/wp-content/uploads/2018/09/man-kaur4-300x169.jpg)