କଂଗ୍ରେସ ଅଧିବେଶନରେ ମୋଦି ସରକାରଙ୍କୁ ଟାର୍ଗେଟ୍ କଲେ ମନମୋହନ ସିଂହ : କହିଲେ ଦେଶର ଅର୍ଥବ୍ୟବସ୍ଥାକୁ ବରବାଦ କରିଛି ବିଜେପି, ଜିଏସଟି ଦ୍ୱାରା ପ୍ରଭାବିତ ହୋଇଛି ରୋଜଗାର

17

କନକ ବ୍ୟୁରୋ : ଦିଲ୍ଲୀରେ ଚାଲିଥିବା କଂଗ୍ରେସ ଅଧିବେଶନର ଆଜି ହେଉଛି ଶେଷ ତଥା ଅନ୍ତିମ ଦିନ । ଆଜି ଶେଷ ଦିନରେ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ସେ କହିଛନ୍ତି, ବିଜେପି ଦେଶର ଅର୍ଥବ୍ୟବସ୍ଥାକୁ ବରବାଦ କରିଛି । ମୋଦି ନିର୍ବାଚନ ପ୍ରଚାର ବେଳେ ବଡ ବଡ ପ୍ରତିଶ୍ରୃତି ଦେଇଥିଲେ । କିନ୍ତୁ କିଛି ବି ପାଳନ ହେଲାନି । ମୋଦି ୨ କୋଟି ନିଯୁକ୍ତି କଥା କହିଥିଲେ କିନ୍ତୁ ୨ ଲକ୍ଷ ନିଯୁକ୍ତି ବି ହୋଇପାରିଲାନି । ବିମୁଦ୍ରାକରଣ ଓ ଜିଏସଟି ଯୋଗୁଁ ଦେଶରେ ରୋଜଗାର ପନ୍ଥା କମିଛି ବୋଲି କହିଛନ୍ତି ମନମୋହନ ସିଂ ।

ଅଧିବେଶନରେ ଅପରାହ୍ନରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଉଦଯାପନୀ ଭାଷଣ ଦେବେ । ଗତକାଲି ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧି ମୋଦି ଓ ବିଜେପି ସରକାର ଉପରେ ପ୍ରବଳ ବର୍ଷିଥିଲେ ।