ଲୋକାର୍ପଣ ହେଲା ମଞ୍ଜରୀ ଡିଜିଟାଲ୍ । ଏକମାତ୍ର ଫ୍ରି-ଟୁ ଏୟାର ଓଡିଆ ୨୪ ଘଂଟିଆ ଏଣ୍ଟରଟେନମେଣ୍ଟ ଚ୍ୟାନେଲ୍ । ୟୁଟ୍ୟୁବ୍, ଫେସବୁକ୍, ଟୁଇଟର ଓ ଇନଷ୍ଟାଗ୍ରାମରେ ହେବ ଉପଲବ୍ଧ ।

312

କନକ ବ୍ୟୁରୋ : ମଞ୍ଜରୀ, ଉତ୍ସବ ଆମ ସମ୍ପର୍କର । ଓଡିଶାର ପ୍ରଥମ ଫ୍ରି ଟୁ ଏୟାର ୨୪ ଘଂଟିଆ ଓଡିଆ ଏଣ୍ଟରଟେନମେଣ୍ଟ ଚ୍ୟାନେଲ । ଆଜି ଲୋକାର୍ପିତ ହୋଇଛି ମଂଜରୀ ଡିଜିଟାଲ୍ । ଅର୍ଥାତ୍ ସୋସିଆଲ ମିଡିଆ ସହ ଯୋଡି ହେବାର ଏକ ପ୍ରକ୍ରିୟା । ୟୁଟ୍ୟୁବ, ଫେସବୁକ, ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ସହ ଯୋଡି ହୋଇଛି ମଂଜରୀ । ଏହା ସହିତ ଆସୁଥିବା ନୂଆ ଚଳଚିତ୍ର ଅଦୃଶ୍ୟମ ଓ ଟିକେ ଲଭ୍ ଟିକେ ଟୁଇଷ୍ଟର ମ୍ୟୁଜିକ ଭିଡିଓ ଲଂଚ ହୋଇଛି ।

ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମଂଜରୀ ଡିଜିଟାଲକୁ ଲୋକାର୍ପଣ କରି ମଂଜରୀ ଟିଭିର ସଫଳତା ପାଇଁ ଓଡିଶା ବାସୀଙ୍କ ସହଯୋଗ ଲୋଡିଛନ୍ତି । ଖୁବଶୀଘ୍ର ଓଡିଶାର ଘରେ ଘରେ ପହଁଚିଯିବ ମଂଜରୀ । ଚଳଚ୍ଚିତ୍ର, ସିରିଏଲ, ରହସ୍ୟ ରୋମାଂଚଭରା କାର୍ଯ୍ୟକ୍ରମ, ହାସ୍ୟରସାତ୍ମକ ସିରିଏଲ ସହ କିଛି ଭିନ୍ନ ଧରଣର କାର୍ଯ୍ୟକ୍ରମ ପ୍ରସାରଣ କରିବ ଏହି ଚ୍ୟାନେଲ । ଆଜି ମଂଜରୀ ଡିଜିଟାଲ ଲୋକାର୍ପିତ ହୋଇଥିବା ବେଳେ ଖୁବଶୀଘ୍ର ମଂଜରୀ ଟିଭି ଲୋକାର୍ପିତ ହେବ ।