ମଦ ନିଶାରେ ଏହି ବ୍ୟକ୍ତି ଗିଳିଦେଲେ ଜିଅନ୍ତା ସାପ ! ଆଉ ତା ପରେ…

39

ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ । ଏହା ଜାଣିବା ପରେ ମଧ୍ୟ ଅନେକ ଲୋକ ମଦ ପିଇଥାନ୍ତି । ଏବଂ ମଦ ପିଇବା ପରେ ଅଜବ କାରନାମା ସବୁ କରିଥାନ୍ତି । ଯାହାକି ପରେ ସେମାନଙ୍କ ଜୀବନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥାଏ । ଉତ୍ତରପ୍ରଦେଶର ଅମରୋହାରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି । ରଜବପୁର ଥାନାକ୍ଷେତ୍ରରେ ମଦ ନିଶାରେ ଜଣେ ବ୍ୟକ୍ତି ଏଭଳି ଏକ କାଣ୍ଡ ଭିଆଇଛନ୍ତି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ବ୍ୟକ୍ତିଜଣଙ୍କ ମଦ ନିଶାରେ ଗୋଟିଏ ଜିଅନ୍ତା ସାପକୁ ଗିଳି ଦେଇଛନ୍ତି । ଯାହା ଫଳରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା । ଏହାପରେ ପରିବାରବର୍ଗ ତାଙ୍କୁ ଝଡାଫୁଙ୍କା କରିବା ପାଇଁ ନେଇଯାଇଥିଲେ । କିନ୍ତୁ ଏହାରି ମଧ୍ୟରି ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ତେବେ ଘଟଣାଟି ଥିଲା କିଛି ଏପରି । ମଦ ନିଶାରେ ଏହି ବ୍ୟକ୍ତିଜଣଙ୍କ ଏକ ସାପକୁ ଧରି ଖେଳୁଥିଲେ । ଏବଂ ସୋସିଆଲ ମିଡିଆରେ ଏହି ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ୪୦ ବର୍ଷୀୟ ମହିଲାଲ୍ ସିଂହ ଜଣେ ଶ୍ରମିକ ଅଟନ୍ତି । ତାଙ୍କ ଘରେ ତାଙ୍କ ସ୍ତ୍ରୀଙ୍କ ସମେତ ତିନି ଜଣ ଝିଅ ଏବଂ ଗୋଟିଏ ଛୋଟ ପିଲାଟିଏ ଅଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ମହିଲାଲ୍ ଅତ୍ୟଧିକ ମଦ୍ୟପାନ କରୁଥିଲା । ଏବଂ ଘଟଣା ଦିନ ମଧ୍ୟ ସେ ଅତ୍ୟଧିକ ମଦ ପିଇଥିଲେ ।

ମଦ ପିଇବା ପରେ ସେ ଯେତେବେଳେ ରାସ୍ତାରେ ବୁଲୁଥିଲେ, ସେତେବେଳେ ସେ ଏକ ସାପ ଦେଖିବାକୁ ପାଇଥିଲେ । ଏହାପରେ ସେ ସାପଟିକୁ ଧରି ନେଇଥିଲେ । ଏହାପରେ ସେଠାରେ ଆଉ କିଛି ଲୋକ ପହଞ୍ଚିଯାଇଥିଲେ । ଲୋକଙ୍କ ଭିଡ ଦେଖି ମହିଲାଲ୍ ସାପଟି ସହ ଖେଳିବା ଆରମ୍ଭ କରିଥିଲେ । ଏହାପରେ ସେ ସାପଟିକୁ ନିଜ ପାଟି ଭିତରେ ପୁରାଇଥିଲେ । ଆଉ କିଛି ଏଭଳି ଭାବରେ ସାପଟି ପେଟ ଭିତରକୁ ଚାଲିଯାଇଥିଲା । ଏହା ପରେ ସେ ଅସୁସ୍ଥ ହୋଇ ପଡିଥିଲେ । ଏବଂ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।