କଟକ ଗୋବିନ୍ଦପୁର ଥାନା କୋକିପଦା ଗାଁରେ ଅଭାବନୀୟ ଘଟଣା! ପୁଅର ମାଡ଼ରେ ବାପାର ମୃତ୍ୟୁ

0

କନକ ବ୍ୟୁରୋ : ପୁଅର ମାଡ଼ରେ ବାପାର ମୃତ୍ୟୁ । କଟକ ଗୋବିନ୍ଦପୁର ଥାନା ନାହାନପୁର ପଂଚାୟତ କୋକିପଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଫକୀର ମହାନ୍ତି । ଫକୀର ଭତା ଟଙ୍କା ନେଇ ଘରକୁ ଫେରିଥିବା ବେଳେ ସ୍ତ୍ରୀ କୁମୁଦିନୀ ଓ ପୁଅ ମଂଟୁ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ମା ଓ ପୁଅ ମିଶି ଫକୀରଙ୍କୁ ପିଟିପିଟି ହତ୍ୟା କରିଥିଲେ । ହତ୍ୟାକାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ସେମାନେ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପଂହଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Comments are closed.