କାଠଯୋଡ଼ି ବ୍ରିଜରୁ ନଦୀକୁ ଡେଇଁଲେ ଯୁବକ: ପତ୍ନୀଙ୍କ ସହ ବଚସା ପରେ ନଦୀକୁ ଡେଇଁପଡିଲେ ସ୍ୱାମୀ

ଓଡ୍ରାଫ ଟିମର ତଲାସି ଜାରି

1,857

କନକ ବ୍ୟୁରୋ: ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ । ସ୍ତ୍ରୀ ସାମ୍ନାରେ କାଠଯୋଡି ବ୍ରିଜ ଉପରୁ ନଦୀକୁ ଡେଇଁ ସ୍ୱାମୀ ନିଖୋଜ । ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ସ୍ତ୍ରୀଙ୍କୁ କଟକ ସଦର ଥାନାରେ ରଖି ପଚରାଉଚରା କରାଯାଉଛି । ସ୍ୱାମୀ-ସ୍ତ୍ରୀ ଓ ତାଙ୍କର ଏକ ଶିଶୁ ବାଇକ୍ ଯୋଗେ ଆସୁଥିବା ବେଳେ କାଠଯୋଡି ବ୍ରିଜ ଉପରେ ଗାଡି ରଖି ନଦୀକୁ ଡେଇଁ ପଡିଛନ୍ତି ସ୍ୱାମୀ । ଅଗ୍ନିଶମ ବାହିନୀଙ୍କ ଦ୍ୱାରା ଉଦ୍ଧାର କାମ ଜାରି ରହିଛି ।

ତେବେ ଯୁବକ ଜଣଙ୍କ କଣ ପାଇଁ ନଦୀକୁ ଡେଇଁ ପଡିଲେ ? ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କେଉଁ କାରଣରୁ ଝଗଡା ହୋଇଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ମାତ୍ର ଉଭୟଙ୍କ ମଧ୍ୟରେ ହଠାତ୍ ଜୋରଦାର ଝଗଡା ହୋଇଥିବା କହିଛନ୍ତି ଯୁବକଙ୍କ ପତ୍ନୀ । ସେପଟେ, ଖବର ପାଇଁ ଘଟଣା ସ୍ଥଳରେ ଓଡ୍ରାଫ୍ ଟିମ ପହଂଚି ଯୁବକଙ୍କୁ ଖୋଜାଖୋଜି କରୁଛି । ଏପଟେ ନଦୀକୁ ଡେଇଁ ପଡିଥିବା ଯୁବକଙ୍କ ପତ୍ନୀଙ୍କୁ ଥାନାକୁ ନେଇ ପଚରା ଉଚରା କରୁଛି ପୁଲିସ । ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ପରିଚୟ ମିଳିପାରିନାହିଁ ।