କନକ ବ୍ୟୁରୋ : ଅନଲାଇନ୍ ଠକେଇର ଏକ ବଡ ଘଟଣା ସାମ୍ନାକୁ ଆସିଛି । ଏହା ଏଭଳି ଏକ ଘଟଣା, ଯାହା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ବୁଧବାର ଦିନ ଗୋମତି ନଗର ଅଞ୍ଚଳର ବିରାଟ ଖଣ୍ଡରେ ଖାଦ୍ୟ ଡେଲିଭରି ଆପ୍ ଯୋଗେ ଦିଆଯାଇଥିବା ବରାଦକୁ କ୍ୟାନ୍ସେଲ୍ କରିବାକୁ ଟୋଲ୍ ଫ୍ରି ନମ୍ବର ବ୍ୟବହାର କରିଥିବା ଜଣେ ବ୍ୟକ୍ତି ଠକାମିର ସରବ୍ୟ ହୋଇ ୪ ଲକ୍ଷ ଟଙ୍କା ହରାଇଛନ୍ତି । ଜଣାପଡ଼ିଲା ଯେ ସେ ଟୋଲ୍ ଫ୍ରି ନମ୍ବରଟି ଜାଲ୍।
ସେ ତାଙ୍କର ବ୍ୟାଙ୍କ୍ ବିବରଣୀ ଆପ୍ରେ ଏଣ୍ଟ୍ରି କରିବା କ୍ଷଣି ତାଙ୍କୁ ଗୋଟାଏ ଓ୍ଵାନ୍-ଟାଇମ୍ ପାସ୍ଓ୍ଵାର୍ଡ ମିଳିଲା । ଅର୍ଥ ଫେରସ୍ତ ପାଇବାକୁ ଓଟିପି ଏଣ୍ଟ୍ରି କରିବାକୁ ସେ ବ୍ୟକ୍ତିଟି ତାଙ୍କୁ କହିଲେ । ତାହାକୁ ଏଣ୍ଟ୍ରି କରିବା ମାତ୍ରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଡେବିଟ୍ ହୋଇଗଲା । ଗୋମତିନଗର ପୁଲିସ ସାଇବର୍ ସେଲ୍ ସହାୟତାରେ ଅପରାଧୀକୁ ଠାବ କରିବାକୁ ଉଦ୍ୟମ ଚଳାଇଛି ।